ଦେଶରେ ମୋଦୀ ସରକାର ଖୋଲିବେ ୧୫୦ରୁ ଅଧିକ ନର୍ସିଂ କଲେଜ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନର୍ସିଂ କଲେଜକୁ ନେଇ ମୋଦୀ ସରକାରଙ୍କ କ୍ୟାବିନେଟ ଏକ ବଡ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ମୋଦୀ ସରକାରଙ୍କ କ୍ୟାବିନେଟ ବୈଠକରେ ଜାତୀୟ ଚିକିତ୍ସା ଉପକରଣ ନୀତି ୨୦୨୩ କୁ ଅନୁମତି ଦେଇଛନ୍ତି। ଦେଶରେ ୧୫୦ରୁ ଅଧିକ ନର୍ସିଂ କଲେଜ ଯଥାଶୀଘ୍ର ଖୋଲାଯିବ। ପ୍ରାୟ ୧୦ କୋଟି ଟଙ୍କା ଗୋଟିଏ ନର୍ସିଂ କଲେଜରେ ଖର୍ଚ୍ଚ ହେବ ବୋଲି ସୂଚନା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ କ୍ୟାବିନେଟ ବୈଠକ ପରେ କହିଛନ୍ତି ଯେ ଦେଶରେ ୧୫୭ ନର୍ସିଂ କଲେଜ ଖୋଲାଯିବ। ଯେଉଁଠାରେ ମେଡିକାଲ କଲେଜ ଅଛି, ସେଠାରେ ୧୦ କୋଟି ଟଙ୍କା ବ୍ୟୟରେ ନର୍ସିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଦେଶରେ ୧ ଲକ୍ଷ ୬ ହଜାର ଏମବିବିଏସ ସିଟ୍ ଏବଂ ବିଏସସି ନର୍ସିଂ ପାଇଁ ୧ ଲକ୍ଷ ୧୮ ହଜାର ସିଟ୍ ରହିଛି। ଏହି ସମୟରେ, ବି.ଏସସି ନର୍ସିଂର ଚାହିଦା ବୃଦ୍ଧି ପାଇଛି, ତେଣୁ ନର୍ସିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ମନସୁଖ ମାଣ୍ଡଭ୍ୟ ଆହୁରି କହିଛନ୍ତି ଯେ ଦେଶର ସରକାରୀ ଏବଂ ବେସରକାରୀ ଡାକ୍ତରଖାନା ବ୍ୟତୀତ ବିଶ୍ବରେ ଡାକ୍ତରଖାନାଗୁଡ଼ିକରେ ବିଏସସି ନର୍ସିଂ ପାଇଁ ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟ୍ ନର୍ସିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ନର୍ସିଂ କଲେଜ ପାଇଁ ୧୫୭୦ କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି। ଆସନ୍ତା ଦୁଇ ବର୍ଷ ଅର୍ଥାତ୍ ୨୪ ମାସରେ ନର୍ସିଂ କଲେଜଗୁଡ଼ିକ ଖୋଲାଯିବ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.