ଭଇଁରିପାଲି ଆଞ୍ଚଳିକ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ମଣ୍ଡି ପରିସରରେ ଭଇଁରି ପାଲି ଆଞ୍ଚଳିକ ଯାଦବ ସମାଜ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭଇଁରି ପାଲି ଆଞ୍ଚଳିକ ଯାଦବ ସମାଜ ର ସଭାପତି ଅଶ୍ବିନ କମାର ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଜୟପାଟଣା ବ୍ଲକ ଯାଦବ ସମାଜ ସଭାପତି ଶତୃଘ୍ନ ରାଉତ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ଯୋଗଦେଇଥିଲେ। ଏହି ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ସର୍ବପ୍ରଥମେ ଯାଦବ କୁଳପତି ଭଗବାନ ଶ୍ରୀକୃଷ୍ଣ ପୂଜାର୍ଚ୍ଚନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଭଇଁରି ପାଲି ଯାଦବ ସମାଜ ର ସଭାପତି ଦ୍ଵାରା ଏକ ସମିକ୍ଷା ବୈଠକ ଅନୁଷ୍ଠିତ କରାଯାଇ ଆୟ ବ୍ୟୟ ର ଖର୍ଚ୍ଚ ଦାବି ଉପସ୍ଥାପନ କରାଯାଇଥିଲା। ଏହା ସଭାପତି ପୁରାତନ କମିଟି କୁ ଭଙ୍ଗ କରି ନୂତନ କମିଟି ଗଠନ କରିବା ପାଇଁ ଉପସ୍ଥିତ ଥିବା ବ୍ଳକ କମିଟି ର ସଭାପତି ଙ୍କୁ ହସ୍ତାନ୍ତର କରିଥିଲେ।ଏହା ପରେ ନୂତନ କମିଟି ଗଠନ କରିବା ପାଇଁ ପଥ ପରିଷ୍କାର ହୋଇଥିଲା ‌ନୂତନ କମିଟି ଗଠନ କରିବା ପାଇଁ ସମସ୍ତ ଗଦି ସମାଜ ବା ଭାତ ଗୃପ ର ସଦସ୍ୟ ମାନଙ୍କ ମତାମତ ନେଇ ନିର୍ବାଚନ ଅଧିକାରୀ ଭାବରେ ବ୍ଳକ ସଭାପତି ଙ୍କୁ ମନୋନୀତ କରାଯାଇଥିଲା। ଦିତୀୟ ଅଧିବେଶନ ରେ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ବିଚାର ବିମର୍ଶ କରି ପୁନର୍ବାର ପୁରାତନ କମିଟି ଚୟନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଭଇଁରି ପାଲି ଆଞ୍ଚଳିକ ଯାଦବ ସମାଜ ନୂତନ ସଭାପତି ଭାବେ ଅଶ୍ବିନୀ କୁମାର ରାଉତ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବରେ ବୃନ୍ଦାବନ ରାଉତ, ସମ୍ପାଦକ ଭାବରେ ସନ୍ତୋଷ କୁମାର ନାଏକ, ଏବଂ କାର୍ଯକାରୀ କମିଟି ରେ ପିତାମ୍ବର ରାଉତ, ହେମନ୍ତ ରାଉତ, ଧନେଶ୍ଵର ପୁଞ୍ଜି, ତ୍ରିନାଥ ରାଉତ,ଥବିର ରାଉତ କିଶୋର ରାଉତ, ଗୋବର୍ଦ୍ଧନ ବଗର୍ତ୍ତି, ବେଣୁଧର ନାଗ, ପଦମନ ରାଉତ ଗଜାନନ ଠେଲା ସଦସ୍ୟ ଭାବରେ ମନୋନୀତ ହୋଇଥିଲେ। ଉପଦେଷ୍ଟା ମଣ୍ଡଳୀ ରେ କୁଞ୍ଜବିହାରୀ ରାଉତ, ଲାଲଧର ରାଉତ, ବିରବର ପୁଞ୍ଜି, ଲୋକନାଥ ରାଉତ, ଦୁର୍ଯୋଧନ ରାଉତ ଉମାଶଙ୍କର ରାଉତ, ରୂପଧର ରାଉତ, ଲମ୍ବୋଦର ରାଉତ, ପ୍ରମୁଖ ମନୋନୀତ ହୋଇଥିଲେ। ଭଇଁରି ପାଲି ଆଞ୍ଚଳିକ ଯାଦବ ସମାଜର ସଭାପତି ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ହେମନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.