ରାୟଗଡା ୟୁଜିଏମଆଇଟିରେ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହର ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ୪୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସ୍ୱାଧଦେବ ସିଂ ଯୋଗ ଦେଇଥିବା ବେଳେ ଉତ୍କଳ ଆଲୁମିନାର ସିଏସଆର ସାଧାରଣ ସମ୍ପାଦକ ଡ଼ଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ ସମ୍ମାନିତ ଅତିଥି ଓ ରାଜନୀତି ବିଜ୍ଞାନରେ ଅବସରପ୍ରାପ୍ତ ପାଠକ ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ସର୍ବ ପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମ ଉତ୍ସବ ଉପଲକ୍ଷେ ସମସ୍ତ ଅତିଥି, ଅନୁଷ୍ଠାନର ଅଧ୍ୟକ୍ଷ ଓ କର୍ମଚାରୀମାନେ ଅନୁଷ୍ଠାନରେ ସ୍ଥିତ ମଧୁବାବୁ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ | ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ପୁଷ୍ପଗୁଚ୍ଛ ଦ୍ୱାରା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ | ଅନୁଷ୍ଠାନର ଅଧ୍ୟକ୍ଷ ନାରାୟଣ ପଟେଲ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟାପକ ଡା. ପ୍ରଦୀପ କୁମାର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିବା ସହ ଅନୁଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ | ଏହି ଅବସରରେ ଜିଲ୍ଲାପାଳ ସ୍ଵଧାଦେବ ସିଂ ଅନୁଷ୍ଠାନର କର୍ମଚାରୀମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହ ଏହାର ଆଭିମୁଖ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ | ସେହିପରି ସମ୍ମାନିତ ଅତିଥି ଡା. ଲୋପାମୁଦ୍ରା ପ୍ରିୟଦର୍ଶିନୀ ଶିଳ୍ପାନୁଷ୍ଠାନରେ ଶିଳ୍ପ ଏବଂ ଉଦ୍ୟୋଗୀ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଭୁତ୍ତକ ସୁଯୋଗ ଉପରେ ଆଲୋକପାତ କରିଥିଲେ | ମୁଖ୍ୟ ବକ୍ତା ଡା. ମହାନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ତିଥି ରେ ତାଙ୍କ ଜୀବନୀରୁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମାନବୀୟ ଗୁଣ ଏବଂ ସୁସ୍ଥ ଶିକ୍ଷଣୀୟ ବାତାବରଣ ନିର୍ମାଣ ହେତୁ ସେମାନଙ୍କ ଅନ୍ତର୍ନିହିତ କ୍ଷମତା ସମୃଦ୍ଧ କରିବା ପାଇଁ ପ୍ରେରଣା ଦାୟକ ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ | ଅନୁଷ୍ଠାନ ନିମନ୍ତେ ରାଜ୍ୟ ସ୍ତରୀୟ ପଲିଫେଷ୍ଟରେ ଗୌରଭ ଅର୍ଜନ କରିଥିବା, ଅନୁଷ୍ଠାନର ଇଲେକ୍ଟ୍ରିକାଲ ଇଞ୍ଜିନିଅରିଙ୍ଗ ୪ ର୍ଥ ସେମିଷ୍ଟାର ଛାତ୍ରୀ ମିସ ମାଳନ୍ତି ମାଝୀ ଓ ମେକାନିକାଲ ଇଞ୍ଜିନିଅରିଂ, ୬ଷ୍ଠ ସେମିଷ୍ଟାର ଛାତ୍ର ଗଡ଼ାଇ ନିତିନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା | ଏହି ଅବସରରେ ଅନୁଷ୍ଠାନର ୨୦୨୨ – ୨୩ ବାର୍ଷିକ କ୍ରୀଡା ଉତ୍ସବର ପୁରୁଷ ଓ ମହିଳା ବର୍ଗର ଚାମ୍ପିୟନ ଯଥାକ୍ରମେ ଦୀପାଲା ପ୍ରଶାନ୍ତ ଓ ମିସ ମାଳନ୍ତି ମାଝୀ ଙ୍କୁ ସମ୍ମାନିତ କରାଯାଇଥିଲା | ଏଥିସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ଗଣ ପୁରସ୍କାର ବିତରଣ କରିଥିଲେ | ଅନୁଷ୍ଠାନର ଅଧ୍ୟାପକ ଡା. ଶିଶିର କୁମାର କପାଟ ପୁରସ୍କାର ବିତରଣ ସଭାକୁ ପରିଚାଳନା କରିଥିଲେ | ଅନୁଷ୍ଠାନର ଛାତ୍ରୀ ଦିବ୍ୟଦର୍ଶିନୀ ଦାସ ମଞ୍ଚ ପରିଚାଳନା କରିଥିଲେ ଓ ଅଧ୍ୟାପକ ସୌମ୍ୟ ରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ | ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.