ପ୍ରେମିକର ବାପାଙ୍କ ସହ ଚମ୍ପଟ ମାରିଲା ପ୍ରେମିକା

ଓଡ଼ିଆ ବାର୍ତ୍ତା/ କାନପୁର: କଥାରେ ଅଛି ପ୍ରେମ କେତେବେଳେ କେଉଁଠି କାହାସହ ହେବ କେହି କହିପାରିବେ ନାହିଁ । ତେବେ ଉତ୍ତରପ୍ରଦେଶର କାନପୁର ସହରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ନିଜ ପ୍ରେମିକର ବାପା ସହ ଫେରାର ହୋଇଯାଇଛନ୍ତି । ଏହି ଘଟଣାଟି ଘଟଛି କାନପୁର ମହାନଗରର ଚାକେରୀ ଥାନା ଅଞ୍ଚଳରେ । ଅରୟା ବାସିନ୍ଦା କମଲେଶ ଏବଂ ତାଙ୍କ ପୁଅ ରୋଜଗାର ଆଶାରେ କାନପୁରକୁ ଆସିଥିଲେ । କମଲେଶ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ତାଙ୍କ ପୁଅ ଜଣେ ଶ୍ରମିକ ଭାବରେ କାମ କରୁଥିଲେ । ଏହି ସମୟରେ ପୁଅର ସେହି ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଲା । ଝିଅଟି ତାଙ୍କୁ ଭେଟିବା ପାଇଁ ପ୍ରାୟତଃ ପୁଅର ଘରକୁ ଆସୁଥିଲେ । ପ୍ରେମିକ କାମକୁ ଯାଇଥିବା ବେଳେ ପ୍ରେମିକା ଜଣକ ତାଙ୍କ ବାପାଙ୍କ ସହ କଥା ହେବା ଆରମ୍ଭ କଲେ । ପରେ ଦୁହେଁ ପ୍ରେମରେ ପଡିଗଲେ । ଏହା ପରେ ଯୁବତୀ ଜଣକ ପ୍ରେମିକର ବାପାଙ୍କ ସହିତ ଫେରାର ହୋଇଗଲେ ।ଯୁବତୀଙ୍କ ପରିବାର ଲୋକେ ଏନେଇ ଥାନାରେ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କଲେ । କମଲେଶଙ୍କ ପୁଅ ଘରେ ଉପସ୍ଥିତ ଥିବାରୁ ପୋଲିସ ତାଙ୍କୁ ସନ୍ଦେହ କରିଲା ନାହିଁ । ପରେ ଯେତେବେଳେ ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଲା ସେ ସବୁ କଥା କହିଥିଲେ । ଯୁବତୀଙ୍କ ପ୍ରେମିକ କହିଛନ୍ତି ଯେ, ଲଜ୍ଜା ହେତୁ ସେ ଏହା କହିପାରିଲେ ନାହିଁ । ଏହା ପରେ ପୋଲିସ ତନାଘନା କରିବା ସହ ଉଭୟ ପ୍ରେମିକର ବାପା ଓ ପ୍ରେମିକାଙ୍କୁ ଦିଲ୍ଲୀରୁ ଉଦ୍ଧାର କରିଥିଲା । ଏବେ ଯୁବତୀ ଜଣକ ପ୍ରେମିକର ବାପାଙ୍କ ପାଖରେ ରହିବାକୁ ଜିଦ୍ ଧରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.