ନର୍ଲାର ୪ ଗୋଟି ୱାର୍ଡରେ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହେଲା ଉପନିର୍ବାଚନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ୧୨ ଗୋଟି ଗ୍ରାମ ପଞ୍ଚାୟତର ୧୪ ଗୋଟି ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିଲା । ସେଥିମଧ୍ୟରୁ ୧୦ ଗୋଟି ୱାର୍ଡ ସଭ୍ୟ/ସଭ୍ୟା ପଦବୀ ପାଇଁ ପ୍ରାର୍ଥୀ/ପ୍ରାର୍ଥୀନୀ ନିର୍ବାଚିତ ହୋଇ ସାରିଥିବା ବେଳେ ଆଜି ମଙ୍ଗଳବାର ୪ ଗୋଟି ୱାର୍ଡରେ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି। ରୁପ୍ରା, ମାଣ୍ଡେଲ, ଭାନପୁର ଓ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଗୋଟିଏ ଲେଖାଏଁ ୱାର୍ଡରେ ଅନୁଷ୍ଠିତ ହୋଇଯାଇଛି ଉପନିର୍ବାଚନ । ୧୦ ଗୋଟି ୱାର୍ଡରେ କେବଳ ଜଣେ ଲେଖାଏଁ ପ୍ରାର୍ଥୀ/ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେହି ୱାର୍ଡ ଗୁଡିକରେ ଆଉ ଉପନିର୍ବାଚନ ହୋଇନି । ମାଣ୍ଡେଲ ଗ୍ରାମ ପଞ୍ଚାୟତର ୩ ନମ୍ବର ୱାର୍ଡ ରେ ରିଚେକର ଦୀପ (ଶଗଡ ଗାଡି ଚିହ୍ନ) ଓ ରୋହିତ ନାଗ (ନିକିତି ଚିହ୍ନ)ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ସେହିଭଳି ଗାଡେବନ୍ଧ ପଞ୍ଚାୟତର ୧୦ ନମ୍ବର ୱାର୍ଡରେ ସେବତୀ ରଣା (ଶଗଡ ଗାଡି) ଓ ଲଳିତା ହରପାଲ (ନିକିତି)ଙ୍କ ମଧ୍ୟରେ, ରୁପ୍ରା ଗ୍ରାମ ପଞ୍ଚାୟତର ୭ ନମ୍ବର ୱାର୍ଡ ପାଇଁ ଗୋପାଳ ପୁଟେଲ (ଶଗଡ ଗାଡି) ଓ ବଳଦେବ ଭୋଇ (ନିକିତି), ଭାନପୁର ଗ୍ରାମ ପଞ୍ଚାୟତର ୧୨ ନମ୍ବର ୱାର୍ଡ ପାଇଁ ବିବତ୍ସ କୁମାର (ଶଗଡ ଗାଡି) ଓ ଭଗତ ନାଗ (ନିକିତି ଚିହ୍ନ)ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା । ନର୍ଲା ବ୍ଲକ ମଧ୍ୟରେ ଆସନ୍ତା ୪ ରେ ଗୁରୁବାର ଭୋଟ ଗଣତି ହେବ ବୋଲି ନର୍ଲା ନିର୍ବାଚନ ଅଧିକାରୀ ବାସନ୍ତୀ ସେଠୀ ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ମୋଟ ୩୨୩ ଗୋଟି ୱାର୍ଡ ରହିଛି । ୩୦୯ ଗୋଟି ୱାର୍ଡରେ ଗତ ୨୦୨୨ ପଞ୍ଚାୟତରାଜ ନିର୍ବାଚନରେ ୩୦୯ ଗୋଟି ୱାର୍ଡ ପାଇଁ ୱାର୍ଡ ସଭ୍ୟ/ସଭ୍ୟା ନିର୍ବାଚିତ ହୋଇସାରିଛନ୍ତି । ୧୧ ଗୋଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିଲା । କେବଳ ଭାନପୁର ଗ୍ରାମ ପଞ୍ଚାୟତରେ ୩ ଗୋଟି ଏଭଳି ମୋଟ ୧୪ ଗୋଟି ୱାର୍ଡ ସଭ୍ୟ/ସଭ୍ୟା ପଦବୀ ଖାଲି ପଡିଥିଲା । ମଙ୍ଗଳବାର ଚାରିଗୋଟି ଗ୍ରାମ ପଞ୍ଚାୟତର ଚାରିଗୋଟି ୱାର୍ଡରେ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି ଉପନିର୍ବାଚନ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.