ରାୟଗଡ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆଜି ରାୟଗଡ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ବରିଷ୍ଠ କର୍ମଚାରୀ ଏଲ.ରାମ. ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଠା ଜଳନ୍ଧର ପୁଷିକାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟତଃ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ପେନସନ, ଵସ କନସେସନ, ରେଳ କନସେସନ, ବ୍ୟାଙ୍କ ସୁଧ’ର ପେନସନରଙ୍କୁ ରିହାତି ପ୍ରଦାନ, ସପ୍ତମ ବେତନ କମିଶନଙ୍କ ସୁପାରିଶ ଭିତ୍ତିରେ ସର୍ବନିମ୍ନ ୯୦୦୦ ଟଙ୍କା କେନ୍ଦ୍ର ଅନୁରୂପ ପେନସନ ପ୍ରଦାନ କ୍ବାଲିଫାଇଙ୍ଗ ସର୍ଭିସ୍ ୨୦ ବର୍ଷକୁ ହ୍ରାସ କରିବା, ନୂତନ ପେନସନ ସ୍କିମ ବାତିଲ କରି ପୁରୁଣା ପେନସନ ଲାଗୁ କରିବା, ଅତିରିକ୍ତ ପେନସନ ୬୫ ବର୍ଷ ବୟସରୁ ଲାଗୁ କରିବା, ଏତଦ୍ ବ୍ୟତୀତ ମୁନସିପାଲିଟି କର୍ମଚାରୀ ଓ ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କୁ ଏ ପର୍ଯ୍ୟନ୍ତ ମିଳି ନ ଥିବା ଅନୟୁଟି ଲାଇଜ ଲିଭ୍ ସାଲାରି ଉପରେ ଆଲୋଚନା କରିବା ସହିତ ସମସ୍ତ ବିଭାଗର ସମସ୍ୟା ଉପରେ ମନମୋହନ ଆଚାର୍ଯ୍ୟ,ସୁନିଲ କର ଓ ଜଗନ୍ନାଥ ପ୍ରସାଦ ରାଜଗୁରୁ ଆଲୋଚନା କରିଥିଲେ । ଶେଷରେ ନିରଞ୍ଜନ ନାୟକ ଧନ୍ୟବାଦ ଦେଇଥିଲେ। ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.