ଲୋକାର୍ପିତ ହେଲା କୋକସରା ବ୍ଲକର ୯ଗୋଟି ‘ଫାଇଭ୍-ଟି’ ସ୍କୁଲ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ଆମପାଣି ଏସଏସଡି ସ୍କୁଲ, କାଉଡୋଲା ପଞ୍ଚାୟତ ହାଇ ସ୍କୁଲ, ରଏନଗୁଡା ହାଇ ସ୍କୁଲ, ଗୋତମୁଣ୍ଡା, ମାଝୀଗୁଡା, ଫୁପଗାଁ, ଧନସରା, ଚିକିଲି ଓ କାଶିବାହାଲ ହାଇସ୍କୁଲ ଏପରି ୯ଟି ‘୫-ଟି’ ରୁପାନ୍ତରୀତ ସ୍କୁଲ କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ଉଦଘାଟନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ମାନଙ୍କରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାଶିବାହାଲ ଓ ଧନସରା ଠାରେ ବ୍ଳକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଉପସ୍ଥିତ ରହିଥିବାବେଳେ ଫୁପଗାଁ, ଧନସରା, ଚିକିଲି, ମାଝୀଗୁଡା ଆଦି ସ୍ଥାନରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଥିଲେ। ସେହିପରି ବିଭିନ୍ନ ବିଦ୍ୟାଳୟର ଉଦଘାଟନି କାର୍ଯ୍ୟମରେ ବିଦ୍ୟାଳୟର ଶିକ୍ଷକ, ସ୍ଥାନୀୟ ଜନ ପ୍ରତିନିଧି ଓ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ସୂଚନା ଯେ’ ପ୍ରଥମ ପର୍ଯ୍ୟାୟରେ ବ୍ଳକର ‘୫-ଟି’ ରେ ରୁପାନ୍ତରୀତ ୨ଟି ସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଦିତୀୟ ପର୍ଯ୍ୟାୟରେ ୮ଟି ସ୍କୁଲ ଓ ଆଜି ତୃତୀୟ ପର୍ଯ୍ୟାୟରେ ୯ଟି ସ୍କୁଲ କୁ ମିଶାଇ ବ୍ଳକରେ ୧୯ ଗୋଟି ସ୍କୁଲ ୫-ଟିରେ ରୁପାନ୍ତରୀତ ହୋଇ ଉଦଘାଟିତ ହୋଇଛି। ବର୍ତ୍ତମାନ ଆଉ ୬ଟି ବିଦ୍ୟାଳୟର ୫-ଟିରେ ସାମିଲ ହୋଇଥିବା ଜଣାପଡିଛି। ୫-ଟିରେ ସ୍କୁଲ ରୁପାନ୍ତରୀତ ହୋବାପରେ ସ୍କୁଲ କାନ୍ଥରେ ଶିକ୍ଷଣୀୟ ଚିତ୍ର। ହାଇଟେକ ଲାଇବ୍ରେରି, ସ୍ମାର୍ଟ କ୍ଲାସରୁମ ପିଲାଙ୍କ ସ୍ବପ୍ନ ସାକାର କରୁଛି । ତେଣୁ ଅଭିଭାବକ, ଛାତ୍ରଛାତ୍ରୀ ଓ ଜନ ସାଧାରଣର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.