ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ; ବିଳମ୍ବରେ ପହଞ୍ଚିଲେ ଅଧିକାରୀ, ଦେଖାଦେଲା ଜନ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସରକାରଙ୍କ ଖରା ଦିନ ପାଇଁ ଜନସାଧାରଣ ଙ୍କ ସୁବିଧା ଦୃଷ୍ଟିରୁ ସକାଳୁଆ ଅଫିସ କରିଛନ୍ତି, ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ ଟା ପ୍ରର୍ଯ୍ୟନ୍ତ ଅଫିସ ଖୋଲା ରହିବା ସହ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା, ହେଲେ ଖୋଦ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଦୀର୍ଘ ୩ ଘଣ୍ଟା ବିଳମ୍ବରେ ପହଞ୍ଚି ଅଭିଯୋଗ ଶୁଣାଣି ଆରମ୍ଭ କରିଥିଲେ କିନ୍ତୁ ଦିଆଯାଇଥିବା ବିଜ୍ଞାପନରେ ସକାଳ ୭ଟାରୁ ଆରମ୍ଭ ହେବା ବିଜ୍ଞପ୍ତି ଜାରି ହୋଇଥିଲା। ଫଳରେ ଅଭିଯୋଗ ପାଇଁ ଆସିଥିବା ଜନସାଧାରଣ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା। ବିଳମ୍ବରେ ହେଲେ ମଧ୍ୟ ସରପଞ୍ଚ କୁଞ୍ଜଲତା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ଏଲଆଇ ଗିରିଶ୍ୱର ସାହୁ, ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ସାମାଜିକ ସୁରକ୍ଷା ବିଭାଗର ଜେ.ଏ. ସୁନ୍ଦରୟ ନାଏକ ସମେତ ବ୍ଳକର ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ବିଶେଷ କରି ସମାଜିକ ସୁରକ୍ଷା, ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ହିତାଧିକାରୀ ମାନେ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଶିବିରରେ ସମୁଦାୟ ୨୮୫ ଜଣ ହିତାଧିକାରୀ ନିଜ ନିଜ ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କୁ ଜଣାଇଥିଲେ। ସେଥି ମଧ୍ୟରୁ କେତୋଟି ସମସ୍ୟାର ସମାଧାନ କରାଯାଇଛି ତାହା ବ୍ଳକ ପ୍ରଶାସନ କୌଣସି ସୂଚନା ଦେଇ ନାହାନ୍ତି। ତେବେ ଉପସ୍ଥିତ ଅଧିକାରୀ ମାନେ ନିଜ ନିଜ ବିଭାଗ ସମ୍ପର୍କିତ ଅଭିଯୋଗ ସବୁର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ। କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ସୋରି ପରିଚାଳନା କରିଥିଲେ। ଗ୍ରାମ ରୋଜଗାର ସେବକ ଦୁର୍ଯ୍ୟୋଧନ ଦାସ ଓ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.