ସଇଁତଲା ଥାନାରେ ୨ ଓ୍ବେବ ସାମ୍ବାଦିକ ଅଟକ; ବରଗାଁ ଆୟୁର୍ବେଦ କେନ୍ଦ୍ରକୁ ୭୦ ହଜାର ଟଙ୍କା ମାଗିଥିବା ନେଇ ହୋଇଛି ଅଭିଯୋଗ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଥାନା ବରଗାଁ ଛକରେ ଥିବା ଓମ ମେଡିକାଲ ଷ୍ଟୋର ଠାରେ ହାଡଭଙ୍ଗାର ଚିକିତ୍ସା କରୁଥିବା ଜଣେ ବ୍ୟକ୍ତିଙ୍କୁ ବଲାଙ୍ଗୀର ଅଞ୍ଚଳର ୨ ଜଣ ୱେବ ସାମ୍ବାଦିକ ଦିଲୀପ ସାହୁ ଓ ସଞ୍ଜୟ ମେହେର ୭୦ ହଜାର ଟଙ୍କା ମାଗିବା ସହ ଧମକ ଚମକ ଦେବା ଅଭିଯୋଗରେ ସଇଁତଲା ପୋଲିସ ଥାନା କେଶ ନଂ ୧୦୦/୨୩ ରେ ଏକ ମାମଲା ରୁଜୁ କରି ସଇଁତଲା ଥାନାରେ ଅଟକ ରଖି ତଦନ୍ତ ଚଲାଇଥିବା ଜଣାପଡିଛି l ପ୍ରକାଶ ଯେ, ସଇଁତଲା ଥାନା କେନ୍ଦୁଉଡାର ଗାଁର ଚିତ୍ତରଞ୍ଜନ ପ୍ରଧାନୀ ବରଗାଁ ସ୍ଥିତ ଓମ ଔଷଧ ଦୋକାନରେ ପ୍ରତ୍ୟେକ ମଙ୍ଗଳବାର ଆଣ୍ଠୁ ବାତ ଓ ହାଡ଼ଭଙ୍ଗା ଭଳି ବେମାରୀର ଆୟୁବେଦିକ ଚିକିତ୍ସା କରି ଆସୁଛନ୍ତି । ଏହି ସମୟରେ ବଲାଙ୍ଗୀର ଅଞ୍ଚଳର ଦିଲୀପ ସାହୁ ଓ ସଞ୍ଜୟ ମେହେର ନାମକ ୱେବ ସାମ୍ବାଦିକ ଗତ ୨ ତାରିଖ ଦିନ ଚିକିତ୍ସା କେନ୍ଦ୍ରକୁ ଆସି ଧମକ ଚମକ ଦେଇ ୭୦ ହଜାର ଟଙ୍କା ମାଗିଥିଲେ, ଯଦି ଟଙ୍କା ନ ଦେବ ଖବର ପ୍ରସାରଣ କରିବୁ ବୋଲି ଧମକଚମକ ଦେଇ ଫେରି ଯାଇଥିଲେ । ମଙ୍ଗଳବାର ପୁଣି ଚିକିତ୍ସା କେନ୍ଦ୍ରକୁ ପହଞ୍ଚି ବୁମ ବାହାର କରି ୭୦ ହଜାର ଟଙ୍କା ନ ଦେଲେ ଖବର ପ୍ରସାରଣ କରିବୁ ବୋଲି ଧମକ ଦେଇଥିଲେ । ଏଥିରେ ଶ୍ରୀ ପ୍ରଧାନୀ ଟଙ୍କା ଦେବା ମନା କରିବାରୁ ସମ୍ପୃକ୍ତ ୨ ଜଣ ସାମ୍ବାଦିକ ତାଙ୍କ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି l ଏ ନେଇ ସଇଁତଲା ଥାନା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ସଇଁତଲା ଥାନା ସେକେଣ୍ଡ ଅଫିସର ଆଲୋକ ଭୋଇ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦିଲୀପ ଓ ସଞ୍ଜୟ କୁ ଥାନାରେ ଅଟକ ରଖି ତଦନ୍ତ ଜାରୀ ରଖିଛି l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ଗତ କିଛିଦିନ ହେବ ଅନ୍ୟ ଅଞ୍ଚଳରୁ ୱେବ ସାମ୍ବାଦିକ ମାନେ ସଇଁତଲା ବ୍ଲକର ବିଭିନ୍ନ କାର୍ଯ୍ୟଳୟ ତଥା ପଞ୍ଚାୟତ ଗୁଡିକୁ ଯାଇ ଟଙ୍କା ଅସୁଲି କରୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଏପରି ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାୁନୁଷ୍ଠାନ ଗ୍ରହଣ କରାଯିବାକୁ ସଇଁତଲା ସାମ୍ବାଦିକ ସଂଘ ଥାନା ଅଧିକାରୀ ଶ୍ରୀ ସାହୁଙ୍କୁ ଭେଟି ଦାବୀ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.