ଖଲ୍ଲିକୋଟରେ ମହା ସମାରୋହରେ ଆରମ୍ଭ ହେଲା ରାମ ଚରିତ ମାନସ ପାରାୟଣ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବାଲୁଙ୍କେଶ୍ୱର ମନ୍ଦିର ଠାରେ ଶ୍ରୀରାମ ଚରିତ ମାନସ ନବାହ୍ନ୍ନ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ଆରମ୍ଭ ହୋଇଛି। ଏଥିରେ ବ୍ୟାସ ରୂପେ ଅଶୋକ ଦାସ ମହାରାଜ, ଉପ ବ୍ୟାସ ରୂପେ ନିର୍ମଳ ଝର ନୃଷିଂହ ରାମ ମଠାଧିଶ ବିଶ୍ଵେଶ୍ୱର ଦାସ ମହାରାଜ ଯୋଗ ଦେଇ ପାରାୟଣ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଛନ୍ତି । ଯଜ୍ଞ ଆଚାର୍ଯ୍ୟ ରୂପେ ମହେଶ୍ୱର ଶତପଥୀ, ଯଜ୍ଞ କର୍ତ୍ତା ରୂପେ ପ୍ରାକ୍ତନ ନଗର ପାଳ ରାମ ମୋହନ ପଣ୍ଡା ତଥା ନବ ଦିନ ବ୍ୟାପୀ ଉକ୍ତ ଆଧ୍ୟାତ୍ମିକ ପ୍ରବକ୍ତା ରୂପେ ସନ୍ଥ ଗୋବିନ୍ଦ ଦାସ ମହାରାଜ ପ୍ରତ୍ୟହ ସନ୍ଧ୍ୟା ୭ଟା ୩୦ରେ ପ୍ରବଚନ ଦେବେ । ପ୍ରତ୍ୟହ ରାତ୍ର ୧୦ଟା ୩୦ରେ ଆଳତି, ପୁଷ୍ପାଞ୍ଜଳି ସହିତ ପ୍ରସାଦ ସେବନ ବ୍ୟବସ୍ଥା ରହିଛି । ଏହାକୁ ରାମ ଦୟା ପରିଷଦ ଖଲ୍ଲିକୋଟ ଶାଖା ତରଫରୁ ତଥା ଖଲ୍ଲିକୋଟ ଜନସାଧାରଣଙ୍କ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୫୪ତମ ବର୍ଷ ହେଲାଣି ଅନୁଷ୍ଠିତ ହୋଇ ଆସୁଅଛି । ମଥୁରା ମଠାଧୀଶ ସୁନ୍ଦର ରାମ ଦାସ ମହାରାଜ ଉଦଯାପନ ଦିବସରେ ଯୋଗ ଦେବାର କାରଯ୍ୟକ୍ରମ ରହିଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଆଜି ଦିବା ଏହାର ଘଣ୍ଟା ସମୟରେ ରଘୁନାଥ ମନ୍ଦିରର ଠାରେ ପୂଜା ଅର୍ଚ୍ଚନା ସହିତ ଠାକୁରଙ୍କ ଆଜ୍ଞା ମାଳ ସହିତ ମୁଖ୍ୟ ଘଟକୁ ଯଜ୍ଞ କର୍ତ୍ତା, ଆଚାର୍ଯ୍ୟ, ବ୍ୟାସ, ପରାୟଣ ସନ୍ଥ ସମାଜ ତଥା ରାମ ଦୟା ପରିଷଦର ସଦସ୍ୟ ଗଣ ଶୋଭାଯାତ୍ରାରେ ନାମ ସଙ୍କୀର୍ତ୍ତନ କରି ବାଲୁଙ୍କେଶ୍ୱର ମନ୍ଦିରକୁ ଆଣିଥିଲେ । ଏହା ପରେ ଅଧିବାସ କର୍ମ, ଅଙ୍କୁରାପଣ, ସୂର୍ଯ୍ୟପୂଜା, କଳସ ସ୍ଥାପନ, ପ୍ରଭୁ ଶ୍ରୀରାମଙ୍କ ମୃଣ୍ମୟ ମୂର୍ତ୍ତିରେ ପୂଜା ଆବାହନ, ହୋମ ତଥା ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ରାମ ଚରିତ ମାନସ ପୁସ୍ତକ ବ୍ୟାସଙ୍କ ଦ୍ଵାରା ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଚନ କାର୍ଯକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେବାକୁ ପରିଷଦ ପକ୍ଷରୁ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.