ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜୟପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ତଥା ପରଝା ନାଗଫେଣୀ ବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗେଶ୍ୱର ମାଝୀ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ସହ ଶିକ୍ଷା ଅଧିକାରୀ ଟିକେ ଚନ୍ଦ୍ର ମାଝୀ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀ, ପୂର୍ବତନ ଶିକ୍ଷା ଅଧିକାରୀ ଧରମା ପ୍ରଧାନ, ଜୟପାଟଣା ପଞ୍ଚାୟତ ସମିତି ର ପୂର୍ବତନ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ରାଉତ, ପୂର୍ବତନ ଜୟପାଟଣା ସରପଞ୍ଚ ଦିଲ୍ଲିପ ରାଉତ, ଶିକ୍ଷକ ପ୍ରଦିପ ନାୟକ, ବରିଷ୍ଠ କିରାଣି ସୋଭାରାମ ଜାଲ, ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ସମ୍ପାଦକ ଲଲିତ କୁମାର ନାଏକ,ସି ଆର୍ ସି ସି ବଡ଼ କର୍ଲାକୋଟ ସିଦ୍ଧାର୍ଥ ମିଶ୍ର, ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, କିରାଣି ବିଶ୍ବନାଥ ପାଢ଼ୀ ତଥ କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଅଭିଭାବକ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ନେଇ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଅବବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସଂଘର ସମ୍ପାଦକ ତାଙ୍କ ବକ୍ତବ୍ୟରେ ଜନ୍ମ ଭବିଷ୍ୟ ଜୀବନର ଆଦର୍ଶ ପରିବହନ କରେ ନାହିଁ ବରଂ କର୍ମ ନିଜର ପରିଚୟ ପ୍ରଦାନ କରେ ବୋଲି ଅଭିବକ୍ତ କରିଥିଲେ। ପରେ ପରେ ସଂଘ ତରଫରୁ ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇ ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି ସମସ୍ତ ଅତିଥି ମାନେ ମତ ପୋଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ବେହେରା ପରିଚାଳନା କରିଥିବା ବେଳେ ସିଦ୍ଧାର୍ଥ ମିଶ୍ର ମଞ୍ଚ ତଥା ଧନ୍ୟବାଦ ଅର୍ପଣ କରିଥିଲେ ‌‌।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.