କଳାହାଣ୍ଡିରେ ପୁଣି ଉପସ୍ଥିତିର ସୂଚନା ଦେଲେ ଲାଲ୍ ବାହିନୀ: କାନକୁଟ୍ରୁ ଗାଁରେ ଦେଖାଗଲା ମାଓ ପୋଷ୍ଟର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଗତକାଲି ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରଙ୍ଗ ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ତିନି ଜଣ ମାଓବାଦୀକୁ ନିହତ କରିଥିଲେ ଯବାନ। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିବା ବେଳେ ଆଜି ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚୟତରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ସେମାନେ ବିଭିନ୍ନ ଦାବି ଉପସ୍ଥାପନା କରିଛନ୍ତି। ତେବେ ଦାବିଗୁଡିକୁ ମଧ୍ୟରୁ ବିସ୍ତାପନ ବନ୍ଦ କର, ବକ୍ସାଇଟ, କୋଇଲା ଓ ଖଣି ଖନନ ପାଇଁ ବେଦାନ୍ତ, ବିର୍ଲା, ଆଦାନୀ ପରି ବହୁଦେଶୀୟ କମ୍ପାନୀକୁ ଦିଆଯାଉଥିବା ଲିଜକୁ ବାତିଲ କରାଯାଉ। ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ଶିକ୍ଷକ ମାନଙ୍କ ଦାବିକୁ ପୁରଣ କରାଯାଉ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ସିପିଆଇ (ମାଓବାଦୀ) ପକ୍ଷରୁ ଜାରି ହୋଇଥିବା ଏହି ପୋଷ୍ଟରର ଉପରି ଭାଗରେ ‘ପୁର୍ବି ସବଜୋନାଲ ବ୍ୟୁରୋର ଆହ୍ବାନ’ ବୋଲି ଲେଖାଯାଇଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.