ବିଶ୍ବନାଥପୁରଠାରେ ବିଜୁ ଜନତା ଦଳର ଜୋନସ୍ତରୀୟ ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ବିଶ୍ବନାଥପୁରଠାରେ ବିଜୁ ଜନତା ଦଳର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜୋନ ୧ ସଭାପତି ଚନ୍ଦ୍ରଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ବ୍ଲକ ବିଜେଡି ଉପସଭାପତି ସୈାରଭ ପାତ୍ର, ଯୁବନେତା ହିମାଦ୍ରି ପେସନିଆ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ମନୋହର ହରପାଲ, ଶ୍ରୀଧର ପେସନିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଟଙ୍କଧର ମାଝୀ, ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ ପ୍ରମୁଖ ମଞ୍ଚାସୀନ ରହି ବିଜେଡି ସରକାରର ସୁଶାସନ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଘରେଘରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଲାଞ୍ଜିଗଡ଼ର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆଁ ସ୍ବାଗତ ଅଭିଭାଷଣ ସହିତ ସଭା ପରିଚାଳନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ତରୁଣ କୁମାର ଦାସ, ପ୍ରସନ୍ନ କୁମାର ପରିଡ଼ା, ହରିଶଙ୍କର ପାତ୍ର, ମନୋରଞ୍ଜନ ବିଶି, ସୁରେନ୍ଦ୍ର ମାଝୀ, ବନମାଳୀ ଦଳେଇ, ରୂପେନ୍ଦ୍ର ଛତ୍ରିଆ,ଯୁବ ଉପସଭାପତି ମୁକେଶ ବେହେରା, ସଞ୍ଜୀବ ପଣ୍ଡା, ବୀର ବେନିଆଁ, ବିଶିକେଶନ ଆର୍ଯ୍ୟ, ସେନାପତି ରଣାଙ୍କ ସମେତ ଜୋନ୍ ୧ ତଥା ଲାଞ୍ଜିଗଡ଼ ବ୍ଲକର ୧୩ଗୋଟି ପଞ୍ଚାୟତରୁ ତିନିଶହରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ସାମିଲ ହୋଇଥିଲେ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.