ଆଇପିଏଲ୍‌ରେ ସବୁଠାରୁ ଦ୍ରୁତ ଶତକ ହାସଲ କରି ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ

ଓଡ଼ିଆ ବାର୍ତ୍ତା/ କୋଲାକାତା: ଆଇପିଏଲ୍‌ରେ ଇତିହାସ ରଚିଲେ ଭାରତୀୟ ବ୍ୟାଟର ଜଶସ୍ୱୀ ଜୟସ୍ୱାଲ୍। ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରି କଲେ ରେକର୍ଡ। ମାତ୍ର ୧୩ ବଲ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ସେ ପ୍ରଥମ ବ୍ୟାଟର ହୋଇଛନ୍ତି। ଏହା ପୂର୍ବରୁ କେ.ଏଲ୍ ରାହୁଲ ଓ ପାଟ୍‌ କମିନ୍ସ ୧୪ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଆଇପିଏଲ୍‌ର ଚଳିତ ସଂସ୍କରଣରେ ଜବରଦସ୍ତ ପ୍ରର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ। ଗତକାଲି ଇଡେନ୍ ଗାର୍ଡେନ୍‌ରେ କୋଲକାତା ନାଇଟ୍‌ରାଇଡର୍ସ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଜୟସ୍ୱାଲ ଇତିହାସ ରଚିଛନ୍ତି। ଆଇପିଏଲ୍ ଇତିହାସରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରି କେଆଲ୍ ରାହୁଲ ଓ ପାଟ କମିନ୍ସଙ୍କୁ ପଛରେ ପକାଇ ଜୟସ୍ୱାଲ ନମ୍ବର ୱାନ୍ ହୋଇଛନ୍ତି। ଗତକାଲିର ମ୍ୟାଚର୍‌ କୋଲକାତା ପ୍ରଥମ ବ୍ୟାଟିଂ କରି ରାଜସ୍ଥାନକୁ ୧୫୦ ରନ ଟାର୍ଗେଟ ଦେଇଥିଲା। ଏଥିରେ ଜୟସ୍ୱାଲ୍‌ ଏକାକୀ ଧୁଆଁଦାର ବ୍ୟାଟିଂ କରି କୋଲକାତା ବୋଲରଙ୍କୁ ପାଣି ପିଆଇ ଦେଇଥିଲେ। କେକେଆର୍ କ୍ୟାପ୍ଟେନ୍ ନୀତୀଶ ରାଣାଙ୍କ ପ୍ରଥମ ଓଭରରେ ଜୟସ୍ୱାଲ ଧୂଆଁଦାର ବ୍ୟାଟିଂ କରି ୨୬ ରନ୍ କରିଥିଲେ। ବାକି ୭ ବଲ୍‌ରେ ୨୪ ରନ୍ କରିଥିଲେ ସେ। ଫଳରେ ମାତ୍ର ୧୩ ବଲ୍‌ରେ ଜୟସ୍ୱାଲ ଅର୍ଦ୍ଧଶତକ ପୂରା କରି ଆଇପିଏଲ୍ ଇତିହାସରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ବ୍ୟାଟର ହୋଇଛନ୍ତି। ଏହା ପୂର୍ବରୁ ୨୦୧୮ରେ କେଏଲ୍ ରାହୁଲ କେକେଆର୍ ବିପକ୍ଷରେ ମ୍ୟାଚ୍ ଖେଳଇ ୧୪ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ପାଟ କମିନ୍ସ ୨୦୨୨ ଆଇପିଏଲ୍‌ରେ ୧୪ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ।ଗତକାଲିର ମ୍ୟାଚ୍‌ରେ ଆଇପିଏଲ୍ ଇତିହାସରେ ଦ୍ରୁତ ଅର୍ଦ୍ଧ ଶତକ ହାସଲ କରିବା ସହ ଅନ୍‌କ୍ୟାପ୍ ବ୍ୟାଟର ଭାବେ ଗୋଟିଏ ଆଇପିଏଲ୍‌ରେ ସିଜନରେ ସର୍ବାଧିକ ୫୩୦ ରନ୍ କରି ସେ ଯଶସ୍ୱୀ ଜୟସ୍ୱାଲ ଇଶାନ କିଶନଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଇଶାନ କିଶନ ଅନ୍‌କ୍ୟାପ୍ ବ୍ୟାଟର ଭାବେ ଆଇପିଏଲ୍ର ଏକ ସିଜନରେ ୫୧୬ ରନ୍ କରିଥିଲେ। ହେଲେ ଚଳିତ ସିଜନରେ ସମସ୍ତଙ୍କୁ ଟପ ଆଇପିଏଲ୍‌ରେ ସର୍ବାଧିକ ରନ ସଂଗ୍ରହକାରୀ ହୋଇଛନ୍ତି ରାଜସ୍ଥାନର ଫାପ୍‌ ଡୁପ୍ଲେସିସ୍। ସେ ଏପର୍ଯ୍ୟନ୍ତ ସୁଦ୍ଧା ୫୭୬ ରନ୍ କରି ଆଇପିଏଲ୍‌ର ସର୍ବାଧିକ ରନ ସଂଗ୍ରହ ବ୍ୟାଟର ତାଲିକାରେ ଆଗରେ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.