ବିଶ୍ୱକପ୍ ଖେଳିବାକୁ ଭାରତ ଆସିବନି ପାକିସ୍ତାନ ଟିମ୍; ମନା କଲେ ପିସିବି ମୁଖ୍ୟ ନଜମ ସେଠୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପୁଣିଥରେ ପୁରୁଣା କଥା ଦୋହରାଇଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ଜନମ ସେଠୀ। ପାକିସ୍ତାନ ୨୦୨୩ ବିଶ୍ୱକପ ଖେଳିବାକୁ ଭାରତ ଯିବ ନାହିଁ ବୋଲି ନଜମ କହିଛନ୍ତି। ଯଦି ଏସିଆପ କପ୍ ଖେଳିବାକୁ ଭାରତ ପାକିସ୍ତାନ ଆସିବ ପାରିବ ନାହିଁ ତେବେ ପାକିସ୍ତାନ ମଧ୍ୟ ବିଶ୍ୱକପ୍‌ ଖେଳିବାକୁ ଭାରତ ଯିବ ନାହିଁ। ବରଂ ହାଇବ୍ରିଡି ମଡେଲ୍‌ରେ ନ୍ୟୁଟ୍ରାଲ୍ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ ବୋଲି ନଜମ ସେଠୀ କହିଛନ୍ତି। ସେ କହିଛନ୍ତି “ପାକିସ୍ତାନ ଟିମ୍ ବିଶ୍ୱକପ୍ ମ୍ୟାଚ୍ ନ୍ୟୁଟ୍ରାଲ୍ ଗ୍ରାଉଣ୍ଡରେ ଖେଳିବାକୁ ଚାହୁଁଛି। ଯେମିତି ଭାରତ ପାକିସ୍ତାନ ନ ଆସି ଏସିଆ କପ୍‌ ନ୍ୟୁଟ୍ରାଲ୍ ଗ୍ରାଉଣ୍ଡରେ ଖେଳିବାକୁ ନିଷ୍ପତ୍ତି ନେଇଛି, ସେହିପରି ପାକିସ୍ତାନ ବି ବିଶ୍ୱକପ୍‌ ମୁକାବିଲା ଭାରତରେ ନୁହେଁ ବରଂ ନ୍ୟୁଟ୍ରାଲ୍ ଗ୍ରାଉଣ୍ଡରେ ଖେଳିବ।” ତେବେ ପାକିସ୍ତାନରେ ମ୍ୟାଚ୍ ଖେଳିଲେ ସୁରକ୍ଷା ନେଇ କୌଣସି ପ୍ରସଙ୍ଗ ନାହିଁ। ଆମେ ଭାରତ ବିରୋଧରେ କିଛି ମ୍ୟାଚ୍ ଖେଳିପାରିବୁ। ଆମେ ବୁଝାମଣା କରିବାକୁ ରାଜି ଅଛୁ ବୋଲୁ ନଜମ ସେଠୀ କହିଛନ୍ତି। ପିସିବି ମୁଖ୍ୟଙ୍କ ବୟାନରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ କ୍ରିକେଟର ଅତୁଲ ବାସନ। ସେ କହିଛନ୍ତି ଯେ ଯଦି ପାକିସ୍ତାନ ବିଶ୍ୱକପ ବୟକଟ କରିବ ତେବେ ତା ଉପରେ ବ୍ୟାନ୍ ଲଗାଯାଇ ପାରିବ। ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବାକୁ ମନା କରୁଛି ତେବେ ଏହାର କାରଣ ରହିଛି। ହେଲେ ଯଦି ପାକିସ୍ତାନ ବିଶ୍ୱକପ୍‌ ଖେଳିବନି ତେବେ ତାଙ୍କୁ କ୍ଷତି ସହିବାକୁ ପଡ଼ିବ। ପାକିସ୍ତାନ ରାଗି ବସିଲେ କେହି ପଚାରିବାକୁ ନାହିଁ ବୋଲି ଅତୁଲ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.