ରାୟଗଡା ଟ୍ରକ ମାଲିକ ସଂଘରେ ଶପଥ ଗ୍ରହଣ ଉତ୍ସବ

ସଂଘ ସମସ୍ୟାର ସମାଧାନ ଓ ଉନ୍ନତୀ ପାଇଁ ଶପଥ ନେଲେ ସଭାପତି କୋଣ୍ଡାବାବୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଟ୍ରକ ମାଲିକ ସଂଘରେ ଦୀର୍ଘ ୩୭ବର୍ଷ ଧରି ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ତଥା ସଂଘର ବିକାଶକୁ ନେଇ ଆଜି ଠାରୁ ଗୁରୁତ୍ୱ ଦିଆଯିବ ବୋଲି ଆଜି ସଂଘ କାର୍ଯ୍ୟାଳୟରେ ନିଜ ଦାୟିତ୍ୱ ଗ୍ରହଣ ଓ ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଛନ୍ତି ସଂଘର ନବ ନିର୍ବାଚିତ ସଭାପତି ୟାଲ୍ଳା ଭେଙ୍କେଟେଶ୍ୱର ରାଓ ଓରଫ କୋଣ୍ଡାବାବୁ । ଆଗାମୀ ୩ମାସ ମଧ୍ୟରେ ସଂଘର ବିଭିନ୍ନ ସମସ୍ୟା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡିକୁ ପ୍ରଥମେ ସମାଧାନ କରିବା ପାଇଁ ଚେଷ୍ଠା କରିବି ଏବଂ ପରବର୍ତୀ ପର୍ଯ୍ୟାୟକ୍ରମେ ଅନ୍ୟଗୁଡିକର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବି ବୋଲି ଶ୍ରୀ କୋଣ୍ଡାବାବୁ ପ୍ରକାଶ କରିଥିବା ବେଳେ ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ରାୟଗଡା ଟ୍ରକ ମାଲିକ ସଂଘର ସମସ୍ତ ସଦସ୍ୟମାନେ ତାଙ୍କୁ ସମର୍ଥନ ଦେଇଥିବାରୁ ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମରେ ସମସ୍ତଙ୍କୁ କୋଣ୍ଡାବାବୁ କୃତଞତା ଜଣାଇଥିଲେ । ଆଜି ପୂର୍ବାହ୍ନରେ ରାୟଗଡା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ନବ ନିର୍ବାଚିତ ସଦସ୍ୟମାନଙ୍କ ଏକ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇନଜୀବି ବିରଜା ପ୍ରସାଦ ପାତ୍ର ସଂଘର ନବ ନିର୍ବାଚିତ କମିଟି ପଦାଧିକାରୀଙ୍କୁ ଶପଥ ପାଠ କରାଇଥିଲେ । ସଂଘର ନବ ନିର୍ବାଚିତ କାର୍ଯ୍ୟକାରୀ କମିଟି ସଭାପତି ଜେ.ରାମ ମୋହନ ରାଓ, ଉପସଭାପତି କେ.ସୂରିୟା, ଜେ.ଧର୍ମା, ଏମ.ବାବୁଙ୍କ ସମେତ ସଂପାଦକ ଜାନକୀ ରାମ୍ମାୟା, ଯୁଗ୍ମ ସଂପାଦକ ସୁଧା ମୁଦୁଲି ଏବଂ କୋଷାଧ୍ୟକ୍ଷ ଭୋଲ୍ଳା ପ୍ରସାଦ ପ୍ରମୁଖ ନିଜ ଦାୟିତ୍ୱକୁ ନିଷ୍ପାର ସହିତ ପାଳନ କରିବୁ ବୋଲି ଶପଥ ପାଠ କରିଥିଲେ । ଦାୟିତ୍ୱ ଗ୍ରହଣ କରିଥିବା ସମସ୍ତ ପଦାଧିକାରୀଙ୍କୁ ଟ୍ରକ ମାଲିକ ସଂଘର ସମସ୍ତ ସଦସ୍ୟଙ୍କ ସମେତ ରାୟଗଡାର ବିଭିନ୍ନ ଅନୁଷ୍ଠାନ,ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ସୁନୀଲ ଚନ୍ଦ୍ର ପଣ୍ଡା, ଆଦିବାସୀ ଯୁବ ନେତା ଆପଲାସ୍ୱାମୀ କାଡ୍ରକା, ବସନ୍ତ ଉଲକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.