ଡବ୍ଲ୍ୟୁଏଫଆଇର ସମସ୍ତ ପଦାଧିକାରୀଙ୍କ ଉପରେ ଆଇଓଏ ଲଗାଇଲା ପ୍ରତିବନ୍ଧ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଶନିବାର ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫଆଇ)ର ସମସ୍ତ ପଦାଧିକାରୀଙ୍କ ଉପରେ ପ୍ରତିବନ୍ଧ ଲଗାଇଛି । ଏହା ବ୍ୟତୀତ ସମସ୍ତ ଡକ୍ୟୁମେଂଟ, ଆକାଂଉଟସ, ଟୁର୍ଣ୍ଣାମେଂଟର ଲଗଇନ ୱେବସାଇଟ ଏବଂ ଅନ୍ୟ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୪୫ ଦିନ ମଧ୍ୟରେ କୁସ୍ତି ସଂଘର ନିର୍ବାଚନ କରିବା ପାଇଁ କୁହାଯାଇଛି । ଆଇଓଏ ଦ୍ୱାରା ଗଠିତ ଅସ୍ଥାୟୀ କମିଟି ଏହାକୁ ପରିଚାଳନା କରିବ । ଏହି ୩ ଜଣିଆ କମିଟିରେ ଉଶୁ ସଂଘର ଭୂପିନ୍ଦର ସିଂ ବାଜୱା, ଶୁଟର ସୁମା ଶିରୁର ଓ ଜଣେ ଅବସରପ୍ରାପ୍ତ ବିଚାରପତି ରହିଛନ୍ତି । ଏସୀୟ ଚାମ୍ପିୟନ ପାଇଁ ଏହା ପୂର୍ବରୁ କମିଟି ଦ୍ୱାରା ୧୭ ବର୍ଷରୁ କମ, ୨୩ ବର୍ଷରୁ କମ ଟିମ ଚୟନ କରାଯାଇଛି । ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଦେଶର ନାମୀ ଦାମୀ ରେସଲର ଦୁଷ୍ମର୍ମ ଅଭିଯୋଗ ଆଣବା ସହ ଯନ୍ତର ମନ୍ତରରେ ଧାରଣା ଦେଇଛନ୍ତି । ଏହି ଧାରଣାରେ ଅଂଶଗ୍ରହଣ କରିଥିବା ରେସଲର ବଜରଙ୍ଗ ପୁନିଆ, ବିନେଶ ଫୋଗଟଙ୍କୁ ପୂର୍ବ ଭଳି ଟାରଗେଟ ଅଲିମ୍ପିକ ପୋଡିୟମ ସ୍କିମରେ ରଖାଯାଇଛି । ୨୭ ନୂଆ ଖେଳାଳିଙ୍କୁ ଏଥିରେ ସାମିଲ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.