ମ.ରାମପୁର: ବାରବନ୍ଧା, ଡ଼ୁଡ଼ୁକାରଂଜା ଇଲାକାରେ ଲାଗିଲା ମାଓ ପୋଷ୍ଟର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଂଚାୟତ ବାରବନ୍ଧା ଓ ଡ଼ୁଡ଼ୁକାରଂଜା ପଂଚାୟତର ବିଭିନ୍ନ ସ୍ଥାନ ଯଥା ପଂଚାୟତ ଅଫିସ, ବେଲଗାଁ ଛକ, ଡ଼ୁଡ଼ୁକାରଂଜା ଛକ ଇତ୍ୟାଦିରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଏହି ସବୁ ପୋଷ୍ଟର ରେ ପୂର୍ବରୁ ନିହତ ମାଓବାଦୀ ପଦ୍ମା ଓ କମଳାର ଅଧୁରା ସ୍ୱପ୍ନକୁ ପୂରଣ କରିବ ସେମାନଙ୍କ ଖାଲି ସ୍ଥାନ ପୁରଣ କରିବା ଭଳି ଅନେକ ଦାବୀ ରଖିଛନ୍ତି । ଏହି ପୋଷ୍ଟରରେ ପୋଲିସ ଇନ୍‌ଫର୍ମର୍ କାମ କରନ୍ତୁ ନାହିଁ, ଇନ୍‌ଫର୍ମର୍ ଭାବେ କାମ କରୁଥିବା ବ୍ୟକ୍ତି ଛାଡ଼ିବାକୁ ମାଓବାଦୀ ପାର୍ଟି(କେକେବିଏନ୍‌) ଡ଼ିଭିଜନାଲ କମିଟୀ ଆହ୍ୱାନ କରୁଛି, ଟଙ୍କା ବଡ଼ ନୁହେଁ, ଜୀବନ ବଡ଼ ଭାବି ପୁଲିସ ଖବର ଦାତା କାମ ଛାଡ଼ନ୍ତୁ, ପୁଲିସର କଥା ରେ ନିଜ ମାନବିକତାକୁ ବିକି ମରନ୍ତୁ ନାହିଁ, ପୁଲିସ ଅଫିସର ଓ ଗୁଇନ୍ଦା ଅଫିସରର ଭୟ, ଚାପ ଓ ପ୍ରଲୋଭନ ରେ ପଡ଼ନ୍ତୁ ନାହିଁ, ଗାଁ ଗାଁରେ ପୁଲିସ ସୂଚନା ଦାତାଙ୍କୁ ଚିହ୍ନିତ କରି ମାଓବାଦୀ ପାର୍ଟିକୁ ସୂଚନା ଦିଅନ୍ତୁ ଏବଂ ନବୁଝିବା ପୁଲିସ ସୂଚନା ଦାତାକୁ ଗାଁରୁ ବହିଷ୍କାର କରନ୍ତୁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମାଓବାଦୀ ପାର୍ଟି ଆପଣମାନଙ୍କର, ପାର୍ଟି ଉପରେ ବିଶ୍ୱାସ ଓ ଭରସା ରଖ,ପାର୍ଟିକୁ ବଂଚାଇବା ଆପଣମାନଙ୍କ ଦାୟିତ୍ୱ, ପାର୍ଟି ବିରୁଦ୍ଧରେ ଓ ପୁଲିସକୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତିକୁ ବିରୋଧ କର, ଆଦିବାସୀ, ଦଳିତ ଯୁବକମାନେ ଆରଏସ୍‌ଏସ୍ ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳରେ ଯୋଗ ଦିଅନ୍ତୁ ନାହିଁ । କାରଣ ସଂଘ ପରିବାର ଆଦିବାସୀ, ଦଳିତ ବିରୋଧୀ ଅଟେ । ପୁଲିସ ଇନ୍‌ଫର୍ମର୍ ବଦଳେ ହାତକୁ କାମ ପାଇଁ ସରକାର ପାଖରେ ଦାବୀ କରନ୍ତୁ ବୋଲି ଉଲ୍ଲେଖ ରହିଛି । ପ୍ରତିଦିନ ଅଂଚଳରେ ମାଓ ପୋଷ୍ଟର କାରଣରୁ ଲୋକେ ଭୟଭୀତ ହେଉଥିବା ଜଣାପଡ଼ିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.