ମୁଖ୍ୟ ଉପଦେଷ୍ଟା ଓ ସଭାପତି ସମ୍ଭର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ବହଳପଡା ଗ୍ରାମ ସଭାପତି ନନ୍ଦ କିଶୋର ଜେନା ବୟସାଧିକ ହେତୁ ନିଜ ପଦବୀରୁ ଅବ୍ୟାହତ ନେବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଶ୍ରୀ ଗୋପୀନାଥ ମନ୍ଦିର ପ୍ରାଙ୍ଗଣର ଅନୁଷ୍ଠିତ ଗ୍ରାମ କମିଟି ନିଷ୍ପତି କ୍ରମେ ତାଙ୍କୁ ଗ୍ରାମ୍ୟ କମିଟିର ମୁଖ୍ୟ ଉପଦେଷ୍ଟା କରାଯିବା ସହ କାର୍ଯ୍ୟକାରୀ ସଭାପତି ଆଡ଼ଭୋକେଟ ରାଜକିଶୋର ଜେନାଙ୍କୁ ଗ୍ରାମ ସଭାପତି ପଦବୀ ପ୍ରଦାନ କରାଯାଇ ଉଭୟଙ୍କୁ ସମ୍ଭର୍ଦ୍ଧିତ କରାଗଲା। ଏହି କାର୍ଯ୍ୟକ୍ରମରେ ଗ୍ରାମ ଅଧିକାରୀ ରଞ୍ଜନ କୁମାର ଦଳାଇ, ମହନ୍ତ ଗଜେନ୍ଦ୍ର ନାଥ ସ୍ବାଇଁ, କୋଷାଧ୍ୟକ୍ଷ ଗଙ୍ଗାଧର ଦଳାଇ, ସଦସ୍ୟ କୃତିବାସ ଜେନା, ବିଜୟ କୁମାର ସାହୁ, ଗଗନ ବିହାରୀ ସ୍ବାଇଁ, ତ୍ରିଲୋଚନ ବେଉରା, ହିମାଂଶୁ ଶେଖର ମୁଦୁଲି, ବୁଲେଇ ବେହେରା, ବିକାଶ ଚନ୍ଦ୍ର ଜେନା, କବିନ୍ଦ୍ର ଜେନା, ତପନ କୁମାର ସ୍ବାଇଁ, ଧୀରେନ୍ଦ୍ର ବେହେରା, ବାଉରୀବନ୍ଧୁ ସ୍ବାଇଁ, ବୈଷ୍ଣବ ବେହେରା, ଶୁଭନ୍ୟାସ ମହାନ୍ତି ଓ ଭଜକୃଷ୍ଣ ଲେଙ୍କା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.