ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ସହରରେ ଥିବା ୩୦୦ ବର୍ଷର ପ୍ରାଚୀନ ଜଗନ୍ନାଥ ମନ୍ଦିରର ରଥଯାତ୍ରା ପାଇଁ ପ୍ରସ୍ତୁତି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଯାଇଛି l ଗତ ଅକ୍ଷୟ ତୃତୀୟାଠାରୁ ରଥଯାତ୍ରା ପାଇଁ କାଠକୁ ବିଧି ମୁତାବକ ପୂଜାର୍ଚ୍ଚନା ପରେ ସେହି ପୁରୁଣା କାଠକୁ ନେଇ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି l ତେବେ ଓଡିଶାର ପୁରୀ ସମେତ ବିଭିନ୍ନ ସ୍ଥାନରେ ଆୟୋଜିତ ରଥଯାତ୍ରା ନୂତନ କାଠରେ ରଥ ନିର୍ମାଣ ପାଇଁ ଜଙ୍ଗଲ ବିଭାଗ କାଠ ଯୋଗାଉଥିବା ବେଳେ ଖଲ୍ଲିକୋଟ ପାଇଁ ମଧ୍ୟ ନୂତନ କାଠ ଜଙ୍ଗଲ ବିଭାଗ ଯୋଗାଉଥିଲା l କିନ୍ତୁ ଗତ ପ୍ରାୟ ୨୦ ବର୍ଷ ଧରି ଜଙ୍ଗଲ ବିଭାଗରୁ ନୂତନ କାଠ ମିଳୁନି l ଯା ଫଳରେ ମନ୍ଦିର ସମୂହ କମିଟି ବାରମ୍ବାର ରଥରେ ବ୍ୟବହୃତ କଠକୁ ରଥ ନିର୍ମାଣରେ ଲଗାଉଥିବାରୁ ରଥର ନିର୍ମାଣ ପରିପାଟୀରେ ବ୍ୟାଘାତ ସୃଷ୍ଟି ହେବା ସହ ଆକର୍ଷଣ ହରାଉଛି l ସେହିପରି ମନ୍ଦିର ସମୂହ ଦୋକାନ ଗୃହ ଭଡା ବାବଦରୁ ମିଳୁଥିବା ମାସିକ ଏକ ଲକ୍ଷ ୬୦ ହଜାର ଟଙ୍କା ରୁ ବର୍ଷ ତମାମ ମନ୍ଦିର ମାନଙ୍କ ନୀତିକାନ୍ତି ଯାନୀ ଯାତ୍ରା ସମେତ ରଥ ଯାତ୍ରା ରେ ଖର୍ଚ ହୋଇଥାଏ l କେବଳ ରଥ ଯାତ୍ରା ରେ ପ୍ରତିବର୍ଷ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ ହୋଇଥାଏ l ତେଣୁ ସୀମିତ ସମ୍ବଳ ରୁ ନୂତନ କାଠ ଓ ରଥ ପାଇଁ ଆବଶ୍ୟକ କପଡା ଓ ସାଜସଜ୍ଜା ପାଇଁ ଅର୍ଥ ନିଅଁଟିଆ ହେଉଛି l ଏଣେ ଗତ ୨୫ /୩୦ ବର୍ଷ ହେଲା ରାଜ୍ୟ ସରକାର ରଥ ଯାତ୍ରା ପାଇଁ ଫଟା ପାହୁଳଟିଏ ଅନୁଦାନ ଦେଉନାହାନ୍ତି l ଯା ଫଳରେ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି l ମନ୍ଦିର ର ମେଘନାଦ ପାଚେରୀ ରେ ଦୀର୍ଘଦିନ ଧରି ଚୂନ ବାଜିନାହିଁ l ସ୍ଥାନୀୟ ଏନ ଏ ସି ଅଧକ୍ଷ ଇଂ .ନିରଞ୍ଜନ ବେହେରା ଙ୍କ ଉଦ୍ୟମ କ୍ରମ ମନ୍ଦିର ବେଢା ପରିକ୍ରମା ଓ ଆଲୋକୀକରଣ ବ୍ୟବସ୍ତା ସାଙ୍ଗକୁ ମନ୍ଦିର ସମ୍ମୁଖ ଭାଗକୁ ସୌନ୍ଦର୍ଯ୍ୟକରଣ କରାଯାଇଛି l ମନ୍ଦିର ର ଗରୁଡ ବଖରା କୁ ମରାମତି କରାଯାଇଥିବା ବେଳେ ବର୍ତମାନ ଜଗନ୍ନାଥ ଙ୍କ ମୁଖ୍ୟମନ୍ଦିର ର ନିର୍ମାଣ ପାଇଁ ବାଉଁଶ ଭଡ଼ିଆ ବନ୍ଧା ଓ ଅନ୍ୟାନ୍ୟ ମରାମତି ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ ହୋଇଛି l ଆବଶ୍ୟକ ଅର୍ଥ ଅଭାବ ମନ୍ଦିର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ରହିଛି l ଇତି ମଧ୍ୟରେ ପୁରୀ ଗଜପତି ଦିବ୍ୟସିଂହ ଦେବ ଓ ଦୁଇଜଣ ସଂସ୍କୃତି ମଣ୍ଡିର ଓ ବିଜେପି ଟିମ ମନ୍ଦିର ର ଅବସ୍ଥା ଦେଖି ଫେରିଥିବା ବେଳେ ମଧ୍ୟ ମନ୍ଦିର ରୂପାନ୍ତରୀକରଣ ପାଇଁ କୌଣସି ଅନୁଦାନ ମିଳିନି l ମନ୍ଦିର ସମୂହ ର ୧୪ ସହ ଅମୃତ ମଣୋହି ଜମୀ ଜବରଦଖଲ କାରୀଙ୍କ କବ୍ଜାରେ ଥିବା ବେଳେ ଖଲ୍ଲିକୋଟ ସହର ରେ ମଧ୍ୟ ଶ୍ରୀ ଜୀଉ ମାନଙ୍କ କୋଟି କୋଟି ଟଙ୍କା ର ମୂଲ୍ୟବାନ ଜମି ଓ ଦୋକାନ ଗୃହ ଲୋକମାନେ ମାଡିବସି ଥିବା ବେଳେ ସେହି ସବୁ ଦାଖଲକାରୀ ମାନେ ସରକାରୀ ଦଳ ନେତା ଓ କର୍ମୀ ହୋଇଥିବାରୁ ସେମାନଙ୍କୁ ଉଛେଦ କରିବା ପାଇଁ ସାହସ କରୁନାହାନ୍ତି l ଯା ଫଳରେ ଠାକୁର ସବୁ ଥାଇ ଗରିବ ପାଲଟିଥିବା ବେଳେ ଜବରଦଖଲ କାରୀମାନେ କୋଟିପତି ବନିଗଲେଣି l ମନ୍ଦିର ଜମି ରେ ଦୋକାନ କରି ନିର୍ଧାରିତ ସରକାରୀ ଦର ଠାରୁ କମ ଭଡା ଦେଇ ଲାଭବାନ ହେଉଥିବା ବେଳେ ଠାକୁରଙ୍କ ନୀତିକାନ୍ତି ରେ ଅଭାବନୀୟ ପରିସ୍ଥିତି ଉପୁଜିଛି l