ବଡ଼ମାଳ ଗୋଳାବାରୁଦ କାରଖାନାକୁ ସଂସଦ ଷ୍ଟାଣ୍ଡି କମିଟି ସଦସ୍ୟଙ୍କ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଳ ଗୋଳାବାରୁଦ କାରଖାନାକୁ ପ୍ରତିରକ୍ଷା ବିଭାଗର ସଂସଦୀୟ ଷ୍ଟାଣ୍ଡି କମିଟି ପରିଦର୍ଶନରେ ଆସି ଫେରି ଯାଇଥିବା ଜଣାପଡିଛି । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ଏହି ଷ୍ଟାଣ୍ଡି କମିଟିରେ ୧୧ ଜଣ ସହ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମଧ୍ୟ କମିଟି ସହିତ ଉପସ୍ଥିତ ଥିଲେ। ସାଂସଦ ମାନଙ୍କ ବ୍ଯତୀତ ଲୋକସଭା ସଚିବାଳୟ ତଥା ପ୍ରତିରକ୍ଷା ମନ୍ତ୍ରାଳୟର ଉଚ୍ଚପଦସ୍ତ ଅଧିକାରୀମାନେ ମଧ୍ୟ ଏହି ଗସ୍ତରେ ଉପସ୍ଥିତ ଥିଲେ। ଆଜି ସୁନାବେଡା ଠାରୁ ପ୍ରତିରକ୍ଷା ମନ୍ତ୍ରାଳୟର ହେଲିକେପ୍ଟର ଯୋଗେ ଆସିଥିବା ସମସ୍ତ ସଂସଦୀୟ ଷ୍ଟାଣ୍ଡି କମିଟିର ସଦସ୍ୟ ତଥା ଅଧିକାରୀ ମାନଙ୍କୁ ସ୍ଥାନୀୟ ହେଲିପ୍ଯାଡ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ହେଲିପ୍ଯାଡରୁ ସିଧା କାରଖାନାର ଗେଷ୍ଟ ହାଉସ – ୧ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରି, ସଂସଦୀୟ ସମିତି କାରଖାନା ପରିଦର୍ଶନରେ ଯାଇଥିଲେ । ସେଠାରେ ସେମାନେ ୟୁନିଟ – ୧୦ ରେ ଗୋଳା ପ୍ରସ୍ତୁତି ତଥା ୟୁନିଟ – ୫ ରେ ଏକ୍ସ-ରେ ନିରୀକ୍ଷଣ ପ୍ରକ୍ରିୟା କୁ ଅନୁଧ୍ୟାନ କରିଥିଲେ। ତାପରେ, ପ୍ରଶାସନିକ ଭବନ ପରିସରରେ ଥିବା ପ୍ରଦର୍ଶନୀ କକ୍ଷ ପରିଦର୍ଶନ କରି ମୁଖ୍ୟ ସଭା ଗୃହ ରେ ମ୍ୟୁନିସନ ଇଣ୍ଡିଆ ଲିମିଟେଡ ଓ କାରଖାନା ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ପୁନେ ସ୍ଥିତ ମ୍ୟୁନିସନ ଇଣ୍ଡିଆ ଲିମିଟେଡର ନିର୍ଦେଶକ ( ମାନବ ସଂଶାଧନ ) ଦେବାଶିଷ ବାନାର୍ଜୀ, ଗୋଳାବାରୁଦ କାରଖାନା ବଡମାଳ ର ମହାପ୍ରବନ୍ଧକ ପ୍ରଦୀପ କୁମାର ଦାଶ ଙ୍କ ସମେତ କାରଖାନା ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ତଥା ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହାପରେ କାରଖାନା ପରିଦର୍ଶନ ସାରି ଷ୍ଟାଣ୍ଡି କମିଟି ସଦସ୍ୟମାନେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କାରଖାନା ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.