ଫନି ପୀଡିତଙ୍କୁ ସହାୟତା ଉଦ୍ଦେଶ୍ୟରେ ରାୟଗଡ ବନଖଣ୍ଡ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

୨ଲକ୍ଷ ୮୫ହଜାର ୫ଶହ ଟଙ୍କା ପ୍ରଦାନ କଲେ ବନଖଣ୍ଡ କର୍ମଚାରୀ

ରାୟଗଡ,୯/୫ : ଉଜାଡି ଦେଇଗଲା ସଜାଡି ହୋଇଥିିବା ଉପକୂଳ ଓଡିଶାର ଦୈତ୍ୟ ନଗରୀ ଓ ଶ୍ରୀକ୍ଷେତ୍ର ଧାମକୁ “ଫନି” । ଦୈତ୍ୟନଗରୀ ଭୁବନେଶ୍ୱର ଓ ଶ୍ରୀକ୍ଷେତ୍ର ପୁରୀ ଏବେ ଅସଜଡା ହୋଇପଡିଛି । ପୁଣିଥରେ ଓଡିଶାର ମନ୍ଦିରମାଳିନୀ ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଓ କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀ ସମେତ ଅନ୍ୟାନ୍ୟ ପ୍ରଭାବିତ ଅଂଚଳଗୁଡିକରେ ତାର ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ଏହି ମର୍ମରେ ରାୟଗଡ ବନଖଣ୍ଡ ବିଭାଗର ସମସ୍ତ କର୍ମଚାରୀ ନିଜର ଏକ ଦିନର ଦରମା ତଥା କେହି କେହି ନିଜର ଦୁଇ ଦିନର ଦରମା ମଧ୍ୟ ଫନି ପୀଡିତଙ୍କୁ ସହାୟତା ଉଦ୍ଦେଶ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆକାଉଂଟ ନମ୍ବର ୦୦୬୧୦୧୦୫୭୮୪୨ରେ ୨ଲକ୍ଷ ୮୫ ହଜାର ୫ଶହ ଟଙ୍କା ମେ’୮ ତାରିଖରେ ରାୟଗଡ ଆଇସିଆଇସିଆଇ ବ୍ୟାଙ୍କରେ ଜମା କରଛନ୍ତି । ରାୟଗଡ ବନଖଣ୍ଡୀୟ ଅଧିକାରୀ ଦେର୍ବାଚ୍ଚନ ବେହେରା ଓ ସମସ୍ତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଏହି ନିଷ୍ପତି ନେଇ ସହାୟତାର ହାତ ବଢେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଅନେକ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦିଆଯାଉଛି । ବିଲିଉଡ୍ ଅଭିନେତା ଅକ୍ଷୟ କୁମାର ୧କୋଟି, ପାଲକନ୍ ମେରାଇନ୍ ଏକ୍ସପୋର୍ଟସ ଲିମିଟେଡର ନିର୍ଦ୍ଦେଶକମାନଙ୍କ ପକ୍ଷରୁ ୧କୋଟି, ଓଡିଶା ଦକ୍ଷତା ବିକାଶ କର୍ତୁପକ୍ଷର ପୂର୍ବତନ ଅଧ୍ୟକ୍ଷ ସୁବ୍ରୋତ ବାଗ୍ଜୀ ୨୫ଲକ୍ଷ, କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତି ଭି.ସୁଞାନୀ ଦେଓ ୧ଲକ୍ଷ ଟଙ୍କା, ଶେରଗଡ ପଂଚାୟତ ସମିତି ୨ଲକ୍ଷ ୨୦ହଜାର ଟଙ୍କା, ଗଂଜାମ ଜିଲ୍ଳା ପ୍ରଶାସନ କର୍ମଚାରୀମାନଙ୍କ ପକ୍ଷରୁ ୩୧ଲକ୍ଷ ୨ଜହାର ଟଙ୍କା, କେନ୍ଦ୍ରାପଡା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ୧ଲକ୍ଷ ଟଙ୍କା, ଏସ.ଏସ.ଗ୍ରୀନଟେକ୍ ୨୧ହଜାର ଟଙ୍କା ଓ ଶେରଗଡର ଶରତ ଚନ୍ଦ୍ର ପାତ୍ର ୪୨ହଜାର ଟଙ୍କା ପ୍ରଦାନ କରିଛନ୍ତି । ଓଡିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥା ଓ ବ୍ୟକ୍ତିବିଶେଷମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୪୧କୋଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦୦କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ତେବେ ଫନି ଝଡବାତ୍ୟା ପରେ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି ପୀଡିତ ଲୋକଙ୍କୁ ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ସେବା ଯୋଗାଇବା । କିନ୍ତୁ ରାଜ୍ୟ ସରକାରଙ୍କ ଅତୁଳନୀୟ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଫଳରେ ଅନେକାଂଶ ଅଂଚଳରେ ବିଦ୍ୟୁତ ସଂଯୋଗ ହୋଇଯାଇଥିବା ଫଳରେ ଉକ୍ତ ଅଂଚଳଗୁଡିକରେ ପାନୀୟ ଜଳ ସମସ୍ୟା ନିୟନ୍ତ୍ରଣରେ ରହିଛି । ବିଶେଷ କରି ଟେଲିକମ୍ ଓ ବ୍ୟାଙ୍କ ସେବା ପ୍ରଭାବିତ ହୋଇଥିଲେ ମଧ୍ୟ ବିଭିନ୍ନ ଟେଲିକମ୍ କମ୍ପାନୀଗୁଡିକ ଓ ବ୍ୟାଙ୍କଗୁଡିକ ପକ୍ଷରୁ ସେବା ବ୍ୟାହାତ ନ ହେବା ପାଇଁ ଉଦ୍ୟମ ଜାରି ରଖି କାର୍ଯ୍ୟକୁ ତ୍ୱାରନ୍ନିତ କରାଯାଉଛି । ରାୟଗଡ ଜିଲ୍ଳା ପ୍ରଶାସନର ମଧ୍ୟ ବହୁ ଲାଇନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଫନି ପ୍ରଭାବିତ ଅଂଚଳରେ ନିୟୋଜିତ ରହି ସହଯୋଗ କରୁଥିବା ଜଣାପଡିଛି ।

Udyog Nursery
Udyogi Nursery

 

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.