ଦୀର୍ଘ ପ୍ରତିକ୍ଷାର ଅନ୍ତ: ଜିଲ୍ଲାପାଳଙ୍କ ଉପସ୍ଥିତିରେ ଖୋଲିଲା କେସିଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ୨୦୨୦ ଏପ୍ରିଲ ମାସରୁ ବନ୍ଦ ହୋଇ ପଡିଥିବା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ କାଳୀନ ଏବଂ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକ ଆଜି କଳାହାଣ୍ଡି ଜିଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଉପସ୍ଥିତରେ ଖୋଲିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଜାତୀୟ ରାଜପଥ ୨୬ଠାରୁ ଡେଲି ମାର୍କେଟ ଦେଇ ପ୍ରସୂତୀ କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଂଯୋଗ ହୋଇଥିବା ମୁଖ୍ୟ ଗେଟକୁ ଗତ ୨୦୨୦ ଏପ୍ରିଲ ମାସରୁ କୌଣସି କାରଣରୁ ବନ୍ଦ କରାଯାଇ । ଏନେଇ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଗତ ଫେବୃଆରୀ ୨୦୨୩ରେ ଖୋଲିବା ପାଇଁ କହିଥିଲେ । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗତ ମାର୍ଚ୍ଚ ୧୪ ତାରିଖ ଚିଠି ହସ୍ତଗତ ହେଲାପରେ, ଜିଲାପାଳଙ୍କ ସହ ଆଲୋଚନା କରିଥିଲେ । ଆଜି (୧୭ ମଇ) ଜିଲାପାଳ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ପହଞ୍ଚିଥିଲେ । ତାଙ୍କରି ଉପସ୍ଥିତରେ ଖୋଲା ଯାଇଥିଲା ମୁଖ୍ୟ ଫାଟକ । ଯାହାଫଳରେ ଜାତୀୟ ରାଜପଥ ଠାରୁ ଡେଲି ମାର୍କେଟ ଦେଇ ପ୍ରସୂତୀ କାଳୀନ ଏବଂ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଗମନାଗମନ ପାଇଁ ସୁବିଧା ହୋଇଛି । ଏହି ଗେଟ ଖୋଲିବା ପାଇଁ ପୂର୍ବରୁ କେସିଙ୍ଗର ନଗରିକ ମଞ୍ଚର ସଦସ୍ୟ ବୃନ୍ଦ କେସିଙ୍ଗାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଓ ସମାଧାନ ଶିବିରରେ ଅଭିଯୋଗ କରିଥିଲେ । ମୁଖ୍ୟ ଫାଟକ ଖୋଲିବା ସମୟରେ କଳାହାଣ୍ଡି ଜିଲାପାଳ ପି. ଅନ୍ୱେଶା ରେଡ୍ଡୀ ସିଡ଼ିଏମଓ କଳାହାଣ୍ଡି, କେସିଙ୍ଗା ଏସଡ଼ିପିଓ ରୋହିତ ବର୍ମା,  କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ, ଏନଏସି ନିର୍ବାହି ଅଧିକାରିଣୀ କିରଣ ବେହେରା, କେସିଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ଡ଼. ସୁବାଷ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.