ଜିଲ୍ଳା କ୍ରୀଡା ସଂସଦ ନିର୍ବାଚନକୁ ନେଇ ହରଡଘଣାରେ ଜିଲ୍ଳା କ୍ରୀଡା ଅଧିକାରୀ

ନିିର୍ବାଚନ ପକ୍ରିୟାକୁ ସଠିକ୍ ପରିଚାଳନା ପାଇଁ ଦାବି କଲେ କ୍ରୀଡାବିତ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ ଆଗାମୀ ମେ’୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଳା କ୍ରୀଡା ସଂସଦର ନିର୍ବାଚନରେ ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର ଅନିୟମତତା କରୁଥିବାର ଅଭିଯୋଗ କରାଯାଇଛି । ଏଥିସହ ନିର୍ବାଚନ ପ୍ରକ୍ରିୟାକୁ ସଠିକ୍ ଭାବେ ପରିଚାଳନା ତଥା ଯୋଗ୍ୟ ସଭ୍ୟସଭ୍ୟାଙ୍କୁ ଚୟନ କରିବା ପରେ ନିର୍ବାଚନ କରିବା ପାଇଁ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ଜିଲ୍ଳା କ୍ରୀଡା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ରାୟଗଡାର ବୁଦ୍ଧିଜୀବି ଏବଂ କ୍ରୀଡାବିିତ୍‌ମାନେ । ଯାହାକୁ ନେଇ ହରଡଘଟଣାରେ ପଡିଛନ୍ତି ଜିଲ୍ଳା କ୍ରୀଡା ଅଧିକାରୀ ଶ୍ରୀ ଅଲିନୁର । ଏହି ଅଭିଯୋଗ ପତ୍ରରେ ଜିଲ୍ଳା କ୍ରୀଡା ସଂସଦ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ବେଆଇନ୍ ଅଟେ ବୋଲି ଉଲ୍ଳେଖ ରହିଥିବା ବେଳେ ଜିଲ୍ଳାର ୨ଟି ମ୍ୟୁନିସିପାଲଟି,ଗୋଟିଏ ଏନଏସି ଏବଂ ୧୧ଗୋଟି ବ୍ଳକରେ ଜିଲ୍ଳା କ୍ରୀଡା ସଂସଦର ନିର୍ବାଚନ ନିମନ୍ତେ କୈାଣସି ବିଞପ୍ତି ପ୍ରକାଶିତ କରାଯାଇନାହିଁ । ଯଦ୍ୱରା ଏହା କିପରି ଭାବେ ଜିଲ୍ଳା କ୍ରୀଡା ସଂସଦର ନିର୍ବାଚନ ବୋଲି ବିବେଚନା କରାଯିବ ବୋଲି ଅଭିଯୋଗ ପତ୍ରରେ ଜିଲ୍ଳାପାଳଙ୍କୁ ପ୍ରଶ୍ନ କରାଯାଇଛି । ରାୟଗଡା ଜିଲ୍ଳା ଏକ ଆଦିବାସୀ ଜନବହୁଳ ଅଂଚଳ । ଆଜିର ଏହି ଯୁବପିଢୀ ମଧ୍ୟରେ ଅନେକ ଆଦିବାସୀ ବର୍ଗର କ୍ରୀଡାବିତମାନେ ରହିଛନ୍ତି । ଯେଉଁମାନେ ଭଲିବଲ, କବାଡି, ଖୋକୋ, ଭାରଉତୋଳନ, ବାସକେଟ ବଲ, ଦୈାଡ ଭଳି ଅନ୍ୟାନ୍ୟ କ୍ରୀଡାରେ ପାରଙ୍ଗମ ରହି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେଥିରେ ସଫଳତା ପାଇ ଜିଲ୍ଳା ତଥା ରାଜ୍ୟର ନାମକୁ ଗୈାରବାନ୍ୱିତ କରିଛନ୍ତି । ତେବେ ସମସ୍ତ ପ୍ରକାର ଖେଳରେ ମାହିର ଥିବା ଖେଳାଳୀଙ୍କୁ ଜିଲ୍ଳା କ୍ରୀଡା ସଂସଦରେ ନିୟମ ପ୍ରକାରେ ସ୍ଥାନ ନ ଦିଆଯାଇ ନ ଥିବା ସ୍ଥଳେ ନିୟମକୁ ମୋଡିମକଚି କ୍ରୀଡାବିତ୍ ହୋଇ ନ ଥିବା ବ୍ୟକ୍ତିଙ୍କୁ ଜିଲ୍ଳା କ୍ରୀଡା ସଂସଦରେ ଜିଲ୍ଳା କ୍ରୀଡା ଅଧିକାରୀ ସଭ୍ୟ ଭାବେ ଚୟନ କରାଯାଇଥିବା ଅଭିଯୋଗ ହୋଇଛି । ନିୟମ ପ୍ରକାରେ ଜଣେ ଖେଳାଳୀ ରାଜ୍ୟ,ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଯେ କୈାଣସି ଖେଳରେ ଭାଗ ନେଇଥିବେ ଏବଂ ସେ ରାୟଗଡା ଜିଲ୍ଳା ବାସିନ୍ଦା ହୋଇଥିବେ ବୋଲି ନିୟମ ରହିଥିବା ବେଳେ ଏଥିରେ ବ୍ୟତିକ୍ରମ ହୋଇଥିବା କ୍ରୀଡାବିତମାନେ ଅଭିଯୋଗ କରିଛନ୍ତି । ଗତ ୨୦୨୨ ନଭେମ୍ବର ୯ ତାରିଖରେ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୁଣା ଜିଲ୍ଳା କ୍ରୀଡା ସଂସଦ କମିଟିକୁ ଭଙ୍ଗ କରାଯାଇ ନୂତନ ଭାବେ କମିଟି ଗଠନ ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ଜିଲ୍ଳା କ୍ରୀଡା ଅଧିକାରୀ କମିଟି ଗଠନ ନିମନ୍ତେ ପ୍ରଥମେ ସଭ୍ୟ ଚୟନ ପ୍ରକ୍ରିୟା ଏବଂ ପରେ ବିଭିନ୍ନ୍ ପଦପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥିସହ ତରବରିଆ ଭାବେ ଚଳିତ ମାସ ଆସନ୍ତା ୨୧ତାରିଖରେ ଜିଲ୍ଳା କ୍ରୀଡା ସଂସଦ ନିର୍ବାଚନ ନିମନ୍ତେ କୈାଣସି ପ୍ରକାର ବିଞପ୍ତି ସଠିକ୍ ପ୍ରକ୍ରିୟାରେ ପ୍ରକାଶିତ ନ କରି ଲୁଚାଛପା ଭାବେ କରିବା ସହ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ଜରିଆରେ ୱାଟସଅପ୍ ଗ୍ରୁପ ମାଧ୍ୟମରେ ଗଣମାଧ୍ୟମକୁ ନିର୍ବାଚନ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଯାହାକୁ ନେଇ ବିଭିନ୍ନ କ୍ରୀଡାବିତମାନେ ଖବର ପାଇବା ପରେ ଆଜି ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଯେଉଁଥିରେ ସଦସ୍ୟତା/ଭୋଟର ତାଲିକାର ପ୍ରସ୍ତୁତି ସଂପୂର୍ଣ୍ଣ ବେଆଇନ ଥିବା ବେଳେ ୨୦୨୩ ବର୍ଷ ନିମନ୍ତେ ଗତ ମେ’୧୨ତାରିଖରେ ପ୍ରକାଶ ପାଇଥିଲା ଜିଲ୍ଳା କ୍ରୀଡା ସଂସଦର ସଦସ୍ୟତା ତାଲିକା । ତେବେ ଜିଲ୍ଳା କ୍ରୀଡା ଅଧିକାରୀ କିପରି ଭାବେ ମେ’୧୮ତାରିଖରେ ପ୍ରମାଣପତ୍ର ଯାଂଚ କରି ୨୧ତାରିଖରେ ନିର୍ବାଚନ କରିପାରିବେ ବୋଲି ଅଭିଯୋଗ ହୋଇଛି । ସେହିପରି ପୂରା ଜିଲ୍ଳାରେ ସଦସ୍ୟତା ଗ୍ରହଣ ନିମନ୍ତେ ସଠିକ୍ ଭାବେ ବିଞପ୍ତି ପ୍ରକାଶ କରାଯାଇ ନ ଥିବା,କୈାଣସି ନିର୍ଦ୍ଧିଷ୍ଟ ବୟସର ମାନଦଣ୍ଡ ଉଲ୍ଳେଖ କରାଯାଇ ନ ଥିବା,ତାଲିକାରେ ପୃଷ୍ଠପୋଷକ ସଦସ୍ୟ/ଜୀବନ ସଦସ୍ୟଙ୍କୁ ଯୋଡା ଯାଇନାହିଁ,ନିର୍ବାଚନ ଅଧିକାରୀଙ୍କୁ ନ ନେଇ ନିର୍ବାଚନ ପ୍ରକ୍ରିୟା କରିବା,ଜିଲ୍ଳାର ଅନେକ ପଂଜୀକୃତ କ୍ରୀଡା ସଂଗଠନକୁ ଆନୁଷ୍ଠାନିକ ସଦସ୍ୟ ଭାବେ ତାଲିକାଭୁକ୍ତ ନ କରିବା,ମତଦାନର ତାରିଖ ଏବଂ ସ୍ଥାନ ବିଞପ୍ତିରେ ଉଲ୍ଳେଖ କରାଯାଇ ନ ଥିବା ଅଭିଯୋଗଗୁଡିକ ଉଲ୍ଳେଖ କରାଯାଇଛି । ତେବେ ଏ ସବୁ ଅଭିଯୋଗ ଗୁଡିକକୁ ନେଇ ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା କ୍ରୀଡା ସଂସଦ ନୂତନ କମିଟି ଗଠନ ନିମନ୍ତେ ସଦସ୍ୟତା ଚୟନ ପ୍ରକ୍ରିୟା ଠାରୁ ଆରମ୍ଭ କରି କମିଟିର ଅନ୍ୟାନ୍ୟ ପଦପଦବୀ ପୂରଣ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଏଥି ନିମନ୍ତେ ବିଞପ୍ତି ମଧ୍ୟ ପ୍ରକାଶ କରାଯାଇଛି । ଯଦି ଯୋଗ୍ୟ କ୍ରୀଡାବିତମାନେ ସଦସ୍ୟତା ପାଇ ନାହାନ୍ତି ଏବଂ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା କରାଯାଇଛି ବୋଲି ଯେଉଁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ତାହାକୁ ମୁଁ ଆଜି ଭାରପ୍ରାପ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରିଅଛି । ଆଗାମୀ ନିଷ୍ପତି ପରେ ଯାହା ଆଦେଶ ହେବ ସେହି ପ୍ରକାରେ କାମ ହେବ ବୋଲି ଶ୍ରୀ ଅଲିନୁର ପ୍ରକାଶ କରିଛନ୍ତି । ଆଜି ଦାବିପତ୍ର ପ୍ରଦାନ ବେଳେ ବୁଦ୍ଧିଜୀବି ଗଙ୍ଗାଧର ପୁଆଲା,ହରପ୍ରସାଦ ହେପ୍ରୁକା,ତପନ ପେଦେଂଟି,ଖେଳାଳୀ ସଦାଶିବ ତ୍ରିପାଠୀ,ପ୍ରବୀଣ କୁମାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.