ଅଘୋଷିତ ବିଦ୍ୟୁତ କାଟ୍, ଉପଭୋକ୍ତା ଅତିଷ୍ଠ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଅଘୋଷିତ ବିଦ୍ୟୁତ କାଟ ଚରମସୀମାରେ ପହଁଚିଛି । ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଶାତିତ ବୃଦ୍ଧି ପାଇଥିବା ବେଳେ ସମଗ୍ର ଜିଲ୍ଲା ରେ ଉତ୍ତାପ ପାଖାପାଖି ୪୫° ଡିଗ୍ରୀ ଟପିଲାଣି ଯାହା ଫଳରେ ଅଗ୍ନି ବର୍ଷା ହେଉଛି । ଦିନ ୧୦ ଘଟିକା ପରେ ଘରୁ ବାହାରକୁ ବାହାରିବା ସମ୍ଭବପର ହେଉନାହିଁ। ଏହି ସମୟରେ ଟାଟା ପୱାରର ଅଘୋଷିତ ବିଦ୍ୟୁତ କାଟ ବାରମ୍ବାର ହେଉ ଥିବାରୁ ଜିଲ୍ଲା ବାସି ଅତିଷ୍ଠ ହୋଇ ପଡିଲେଣି । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ବିଛିନ୍ନ ଯୋଗୁଁ ପାନୀୟ ଜଳ ଯୋଗାଣ ବୋହୁ ସମୟରେ ବାଧା ପ୍ରାପ୍ତ ହେଉଛି । ଟାଟା ପାୱାର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେବା ଠାରୁ ବିଦ୍ୟୁତ ସେବା ଉପଭୋକ୍ତା ମାନଙ୍କୁ ଠିକ ଭାବେ ସେବା ଯୋଗାଇବା ପରିବର୍ତ୍ତେ କର୍ମଚାରୀଙ୍କ ଦ୍ୱାରା ଯୋର ଜୁଲମ କରି ବିଦ୍ୟୁତ ଦେୟ ଆଦାୟରେ ବ୍ୟସ୍ତ ରହୁଛି । ଦୈନିକ ବିଦ୍ୟୁତ ଗ୍ରାହକ ଓ ଟାଟା ପାୱାର କର୍ମଚାରି ମାନଙ୍କ ମଧ୍ୟ୍ୟରେ ଗଣ୍ଡଗୋଳ ହେଉଥିବା ଏବଂ ଘଟଣା ମାନ ଥାନା କୁ ଯାଉଥିବାର ଦେଖିବାକୁ ମିଳୁଛି । ସାମାନ୍ୟ ପବନ ବର୍ଷା ହେଲେ ଲାଇନ କାଟି ଦିଆ ଯାଉଛି । ପୁରୁଣା ଖୁଣ୍ଟ ଓ ତାର ନ ବଦଳାଇ ଟାଟା ପାୱାର ସେଥିରେ ରଙ୍ଗ ବୋଳି ବାହା ବାଃ ନେବାକୁ ବସିଛି ପୁରୁଣା ତାର ଇନ୍ସୁଲେସନ ଗୁଡିକ ବଦଳାଯାଉ ନାହିଁ ଯାହାଫଳରେ ସାମାନ୍ୟ ବର୍ଷା ପବନ ହେଲେ ତାର ଛିଡି ଯାଉଛି l ମରାମତି କରିବା ପାଇଁ ଦିନ ଦିନ ଲାଗୁଚି ସେବା ପରିବର୍ତ୍ତେ ଟାଟା ପାୱାର ବାକିଆ ଦେୟ ଆଦାୟ କରିବା ପାଇଁ ଜୁଲମ ପନ୍ଥା ଆବୋରିଛି । ଗ୍ରୀଷ୍ମ ଋତୁରେ ଖରା ଟାଣ ଯୋଗୁ ଉତ୍ତାପ ବୃଦ୍ଧି ପାଇଛି ଏହି ସମୟରେ ମନ ଇଚ୍ଛା ବିଦ୍ୟୁତ କଟା ହେଉଛି । ଏ ସମ୍ପର୍କରେ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଫୋନ କଲେ ମଧ୍ୟ କେହି ଫୋନ ଉଠାଉ ନାହାନ୍ତି ଯାହା ଉପଭୋକ୍ତା ମାନଙ୍କ ମନରେ ଘୋର ଅଶୋନ୍ତୋଷ ସୃଷ୍ଟି କରୁଛି।ଘନ ଘନ ବିଦ୍ୟୁତ କାଟ ହେବାଦ୍ବାରା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରେ ଥିବା ବୟସ୍କ ଶିଶୁ ମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି।ଏହି ଭଳି ସମସ୍ୟା ଲାଗିରହିଲେ ଆଗାମୀ ଦିନରେ ଟାଟା ପାୱାର ବିରୁଦ୍ଧରେ ଜନଆନ୍ଦୋଳନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଏଥିପ୍ରତି ଟାଟା ପାୱାର କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସଜାଗ ହେବା ଆବଶ୍ୟକ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.