୫୨ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

ସୋନପୁର,୧୦/୫ : ସୁବର୍ଣ୍ଣପୁର ଜିଲାର ବିଭିନ୍ନ ବିଦ୍ୟାଳୟରେ ସିବିଏସଇ, ଅାଇସିଏସଇ ଓ ଆଇସିଏସଇ ଦ୍ୱାଦଶ ଶ୍ରେଣୀରେ ୯୦ % ରୁ ଅଧିକ ନମ୍ବର ରଖି ଜିଲା ପାଇଁ ଗୌରବ ଆଣି ଦେଇଥିବା ୫୨ ଜଣ ଛାତ୍ରଛାତ୍ରୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଯୋଗ ଦେଇ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ମତ ପ୍ରକାଶ କରିଥିଲେ । ଜିଲାପାଳ ମଧୁସୂଦନ ମିଶ୍ର ସଭାପତିତ୍ୱ କରି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ପ୍ରୟାସ ହେଲେ ସଫଳତା ନିଶ୍ଚିତ ମିଳିବ ବୋଲି ମତ ପ୍ରକାଶ କରିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଦ୍ୟାପତି ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଜିଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ, ଜିଲା ସୂଚନା ଓ ଲୋକ ସମ୍ପକୟ ଅଧିକାରୀ ହରିଚରଣ ମିଶ୍ର, ଜିଲା ସଂସ୍କୃତି ଅଧିକାରୀ ଆର୍ତ୍ତତ୍ରାଣ ଥାଟି, ଜିଲା ମଙ୍ଗଳ ଅଧିକାରୀ ପାଲାକା ରବିନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲା ଟପ୍ପର ୯୬ % ମାର୍କ ରଖିଥିବା ୩ ଜଣ ଛାତ୍ରଛାତ୍ରୀ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସ୍ୱାତୀ ସଂସ୍କୃତି ପଣ୍ଡା, ବିବେକ ଦେହୁରୀ ଓ ସେଣ୍ଟ ଜାଭିୟର ସ୍କୁଲର ଅନ୍ୱେଷା ରଥ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଆଇସିଏସଇ ଦଶମ ପରୀକ୍ଷାରେ ସେଣ୍ଟ ଅନ୍ନି କନଭେଣ୍ଟ ସ୍କୁଲର ରାଜଶ୍ରୀ ପାତ୍ର ଓ ଆଇସିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର ପୁଷ୍ପରଞ୍ଜନ ଭୋଇ ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ସହିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୦ % ରୁ ଅଧିକ ନମ୍ବର ରଖିଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ରଥପୁରର ବିଜନ କୁମାର ସାହୁ, ଆଦର୍ଶ ବିଦ୍ୟାଳୟ ଜାମକାନୀର ଅମିତ କୁମାର ଦନ୍ତା, ଆଦର୍ଶ ବିଦ୍ୟାଳୟ ରଥପୁରର ରାହୁଲ ପ୍ରଧାନ, ଜବାହର ନବୋଦୟ ବିଦ୍ୟାଳୟ ତରଭାର ଦୁର୍ବାଦଳ ପ୍ରଧାନ, ଆଦର୍ଶ ବିଦ୍ୟାଳୟ ରଥପୁରର ଗୋପାଳ ମେହେର, ଆଇଡିଆଲ ପବ୍ଲିକ ସ୍କୁଲର ସୃତି ସୁମନ ପଧାନ, ଜବାହାର ନବୋଦୟ ବିଦ୍ୟାଳୟ ତରଭାର ରାମଦୁଲାରୀ ମିଶ୍ର, କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରର ଅଙ୍କୁଶ କୁମାର ଦାସ, ଆଦର୍ଶ ବିଦ୍ୟାଳୟ ଝାରବାହାଲିର ବିରୁପାକ୍ଷ ପାଣିଗ୍ରାହୀ, ଆଦର୍ଶ ବିଦ୍ୟାଳୟ ପିିପିଲପାଲିର ଦେବାଶିଷ ପ୍ରଧାନ, ଜବାହର ନବୋଦୟ ବିଦ୍ୟାଳୟର ନିହାରିକା ପ୍ରଧାନ, କେନ୍ଦ୍ରୀୟ ବିଦ୍ୟାଳୟର ଶଙ୍କର୍ଷଣ କର୍ଣ୍ଣ, ଆଇଡିଆଲ ପବ୍ଲିକ ସ୍କୁଲର ପୁଜାରାଣୀ ଗୁରୁ, ଜବାହର ନବୋଦୟ ବିଦ୍ୟାଳୟର ଉର୍ଜା ମାହାଣା, ଶାଶ୍ୱତ କୁମାର ପ୍ରଧାନ, ଜବାହର ନବୋଦୟ ବିଦ୍ୟାଳୟର ରିତିକ ରଞ୍ଜନ ଦଳବେହେରା, ଆଦର୍ଶ ବିଦ୍ୟାଳୟ ପିପିଲପାଲିର
ସୁନିଲ ବେହେରା, ଆଇଡିଆଲ ପବ୍ଲିକ ସ୍କୁଲର ସୁମନ ସୌରଭ ବିଶ୍ୱାଳ, ଜବାହର ନବୋଦୟ ବିଦ୍ୟାଳୟର ପ୍ରୀତମ ମେହେର, କେନ୍ଦ୍ରୀୟ ବିଦ୍ୟାଳୟର ଅନସଲ କୁମାର ଭୋଇ, ଆଦର୍ଶ ବିଦ୍ୟାଳୟ ଜାମକାନୀର ଶୁଭମ ରାଜ ସାହୁ, ଆଦର୍ଶ ବିଦ୍ୟାଳୟ ରଥପୁରର ସଂକଳ୍ପ ସାହୁ, ନବୋଦୟ ବିଦ୍ୟାଳୟ ତରଭାର ଶାହିବାନ ଜେନା, କେନ୍ଦ୍ରୀୟ ବିଦ୍ୟାଳୟର ସାଇମନ ପାଣିଗ୍ରାହୀ, କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରୀକାନ୍ତ ଗର୍ତିଆ, ଆଦର୍ଶ ବିଦ୍ୟାଳୟ ପିପଲପାଲିର ପ୍ରୀତିପ୍ରଜ୍ଞା ମିଶ୍ର, ଆଦର୍ଶ ବିଦ୍ୟାଳୟ ଜାମକାନୀର ଔରୋଶ୍ରୀ ମିଶ୍ର, ଆଦର୍ଶ ବିଦ୍ୟାଳୟ ଝାରବାହାଲିର ମନୀଷ ପ୍ରଧାନ, ଆଦର୍ଶ ବିଦ୍ୟାଳୟ ରଥପୁରର ସୌଜନ୍ୟ ପ୍ରଧାନ, ଜବାହର ନବୋଦୟ ବିଦ୍ୟାଳୟର ପ୍ରଜ୍ଞା ପ୍ରିୟଦର୍ଶିନୀ ରଣା, ଆଦର୍ଶ ବିଦ୍ୟାଳୟ ଜାମକାନୀର ପ୍ରଣୟ ନାଏକ ଓ ମନବେଶ ଠାକୁର ଓ ଆଦର୍ଶ ବିଦ୍ୟାଳୟ ପିପିଲପାଲିର ଅନୁ ମିଶ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତୀତ ଜବାହର ନବୋଦୟ ବିଦ୍ୟାଳୟ ତରଭାରେ ଥିବା ଦ୍ୱାଦଶ ଶ୍ରେଣୀ ସିବିଏସଇ ପରୀକ୍ଷାରେ ୮୦%ରୁ ଅଧିକ ନମ୍ବର ରଖିଥିବା ପ୍ରିୟଙ୍କା ସ୍ୱାଇଁ, ସୁମାୟୁ ପୁଷ୍ପେନ୍ଦ୍ର ପ୍ରଧାନ, ଅଶିତା ସାହୁ, ସୁନନ୍ଦା ତାଣ୍ଡି, ଆର୍ତ୍ତନାଶନ ତାଣ୍ଡି, ସିଦ୍ଧି ଶ୍ରାବଣୀ ପ୍ରଧାନ ଓ ଅମରେଶ ପ୍ରଧାନ ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ସେଣ୍ଟ ଅନ୍ନି କନଭେଣ୍ଟ ସ୍କୁଲର ପ୍ରତ୍ୟୁଷ ରଞ୍ଜନ ସାହୁ, ସ୍ଥିତି ପ୍ରଜ୍ଞା ପଣ୍ଡା, ପଲ୍ଲବୀ ପ୍ରଧାନ, ବିମଲ ପୁଝାରୀ, ଗୋବିନ୍ଦ ଅଗ୍ରୱାଲ, ଶ୍ରଦ୍ଧାରାଣୀ ମେହେର ଓ ଜସ୍ମିନ ଦାଶଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଦୁଖିଶ୍ୟାମ ସେଠ ପ୍ରମୁଖ ସହଯୋଗ କରିଥିଲେ । ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Udyog Nursery
Udyogi Nursery

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.