ରାୟଗଡ,୮/୫ : ୩୨୬ନମ୍ବର ଜାତୀୟ ରାଜପଥର ରାୟଗଡ ସହରସ୍ଥିତ ସ୍ଥାନୀୟ ଗଙ୍ଗା ଗ୍ୟାରେଜ ନିକଟରେ ଥିବା ଦୁଇଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଅବକାରୀ ବିଭାଗର ନିର୍ଦ୍ଦେଶନାମାକୁ ଉଂଲଘନ କରି ନିର୍ଦ୍ଧାରିତ ସମୟ ପରିବର୍ତେ ସକାଳ ୮ଘଂଟାରୁ ଦୋକାନଗୁଡିକ ଖୋଲିଥିବାରୁ ଏ ସଂର୍ପକୀତ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତତ୍ପରତା ଦେଖାଇଛି ଜିଲ୍ଳା ଅବାକରୀ ବିଭାଗ ।
ସକାଳ ସାଢେ ୧୦ରୁ ରାତ୍ର ସାଢେ ୧୦ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଅବକାରୀ ବିଭାଗର କଡା ନିର୍ଦ୍ଦେଶ
ଏ ନେଇ ରାୟଗଡ ଜିଲ୍ଳା ଅବକାରୀ ବିଭାଗର ଚିିଠି ସଂଖ୍ୟା ୬୪୫ / ତାରିଖ ୯/୫/୨୦୧୯ ପ୍ରକାରେ ଜିଲ୍ଳାରେ ଥିବା ସମସ୍ତ ବିଦେଶୀ ମଦ ଦୋକାନଗୁଡିକକୁ ସରକାରଙ୍କ ଅବକାରୀ ବିଭାଗର ନିୟମାନୁସାରେ ସକାଳ ସାଢେ ୧୦ଟାରୁ ଖୋଲିବା ଏବଂ ରାତ୍ର ସାଢେ ୧୦ଟାରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପ କଲେ ସଂପୃକ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ରଦ୍ଧ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଉଲ୍ଳେଖ କରାଯାଇଛି ।
ପ୍ରକାଶ ଥାଉ କି ଗତକାଲି ମେ’୮ତାରିଖ ବୁଧବାର ଦିନ ରାୟଗଡ ଜିଲ୍ଳା ସଦର ମହକୁମାର ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା ଗଙ୍ଗା ଗ୍ୟାରେଜ ନିକଟସ୍ଥ ବିଦେଶୀ ଠିପ ବନ୍ଦ ମଦ ଦୋକାନ ନମ୍ବର -୪ ଓ ତା’ନିକଟରେ ଥିବା ୱାର୍ଡ ନମ୍ବର-୧୮ ଠିପି ବନ୍ଦ ମଦ ଦୋକାନ ବୁଧବାର ଦିନ ସକାଳ ୮ଟାରୁ ଖୋଲଯାଇଥିବା ଦେଖିବାକୁ ମିଳଥିଲା । ଯାହାକି ଅବକାରୀ ବିଭାଗର ନିୟମକୁ ଖୋଲାଖୋଲି ଭାବେ ଉଂଲଘନ କରିଥିଲା ।
ସକାଳ ୮ଟାରୁ ବିଦେଶୀ ମଦ ଦୋକାନ ଖୋଲାଯାଇଥିବାରୁ ଏହାର ଫୋଟଗୁଡିକ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳ ଓ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖାଦେଇଥିଲା । ଘଟଣାକୁ ଗୁରୁତର ସହ ନେଇ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।
ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇