ବୁଆ ଯଉଥିଲା ଟୁକେଲ୍ ଦେଖି,
ଭାଇ ଦାଇ ପଡା ପାଟ୍ କେ ଡାକି,
ଇହାଦେ ପିଲା ନଉଛେ ବାଛି,
ଭଲ୍ ମନ୍ଦ୍ ଆରୁ ନାଇନ କିଛି,
ବୁଆ ମାଁର୍ ସାଙ୍ଗେ ପଡା ପାଟ୍ କର୍ ସଭେ ଚୁଇଲ୍ କେ ଗଲେ ନ …….
ଜମାନା ବଦଲି ଗଲା ନ ।।
ମଦ୍ ରୁକା ସାଙ୍ଗେ ନଡିଆ ଧରା,
ଉଢଣା ଦେଇ ମୁଡିଆ ମରା,
ଇହାଦେ ସେଟା ଏନଗେଜମେଣ୍ଟ,
ଆଏଲା ଯେଭେ ନୁ ଇଣ୍ଟରନେଟ୍,
ମୁହୁ ଲୁକା ଛାଡି ଦାନ୍ତ୍ ଗିଜ୍ ରେଇ
ସେଲ୍ଫି ନେଲେ ନ …….
ଜମାନା ଵଦ୍ ଲି ଗଲା ନ ।।
ବିହା ଦିନେ କଲା ସୁଟ୍ ଟେ ପିନ୍ଧି,
୨୦ କି ୩୦ ଟା ବକ୍ସ କେ ବାନ୍ଧି,
ତାର୍ ସାଙ୍ଗେ ଫେର୍ ରଙ୍ଗ ଟେ ନେଇ,
ନାଚ୍ ସନ୍ ଦେଶୀ ପାଉଚ୍ ଛିଡେଇ,
ନାଗିନ୍ ଡେନ୍ସ୍ କରି ଆଁଠୁ ଗୋଡ୍ ସବୁ
ଫଟେଇ ହେଲେ ନ…….
ଜମାନା ବଦଲି ଗଲାନ ।।
ପହଁଚି ଗଲେ ପିଲେଟ୍ ଟେ ଧରି,
ମାଗି ଖାଏବ ଯେନ୍ତ ଆଏ ଭିକାରି,
ସେଟା କେ କହେସନ୍ ବଫେଇ ଖାନା,
ଯେତେ ଥର୍ ମାଗ୍ ନାଇନ ମନା,
ଦେଶି ଛେଲ୍ ସାଙ୍ଗେ ବଏଲର୍ ମିଶେଇ
ବାଁଟି ନେଲେ ନ ……..
ଜମାନା ବଦଲି ଗଲା ନ ।।
ତାର୍ ଆର ଦିନ ରିସିପସନ୍,
ଯେନ୍ ଟା କି ଇ ଜମାନାର୍ ଫେସନ୍,
ଚଉକି ଦୁଇଟା ପକେଇ କରି,
ବସି ଥିସନ୍ ବର୍ କନିଆ ହାରି,
ପାଞ୍ଚ୍ ପଚିଶ୍ ଯେତେ କାଗଜ ଥି ଭରି
ଧରେଇ ନେସନ୍ ନ……..
ଜମାନା ବଦଲି ଗଲା ନ ।।
୧୫ ଦିନ୍ ଲାଗେ ପଡାର୍ ଲୋକ୍ କେ,
ନାଇଁ ଚିହ୍ନନ୍ ଗାଁର୍ ଲୋକ୍ ମାସେକେ,
ଏଭେ ବିହା ଦିନେ ଚିହ୍ନୁଛନ୍ ସବୁ,
ଜୁହାର୍ କରା ତାକର୍ କାଣା କହେବୁ,
ନୁଆଁ ଭୁଆସେନ୍ କେ ଦେଖ୍ ବାର୍ ଲାଗି
କିଏ ନାଁଇ ଆସ୍ ବା ନ……..
ଜମାନା ବଦଲି ଗଲା ନ ।।
ଯେତେ ରିସେ ଚାଲୁ ଇ ଦୁନିଆର୍ ଗତି,
ବଁଚେଇ ରଖ୍ ମା ଆମର୍ ସସ୍କୃତି,
ଇଟା ପରେ ଆମର୍ ଇଜତ୍ ମହତ୍ ,
ଇଜତ୍ ନାଇଁ ଥିଲେ କାହିଁର୍ ସମ୍ପଦ୍,
ଏଭର୍ ଜମାନା ନେ ବି ସେ ପରମ୍ପରା
ବଣିଁଆ ଲାଗ୍ ବା ନ………
ଜମାନା ପଛେ ବଦଲି ଯଉ ନ…….
ଜମାନା ପଛେ ବଦ୍ ଲୁ ଥଉ ନ …।।
ତୋଫାନ୍ ବାଗ୍
ଡଙ୍ଗାବାହାଲ, ମ.ରାମପୁର, କଳାହାଣ୍ଡି
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇