‘୫-ଟି’ ସଚିବଙ୍କ ବୃନ୍ଦାବାହାଲ ଗସ୍ତ; ଅଭିଯୋଗ ଶୁଣିଲେ, ଖୁବଶୀଘ୍ର କାମ ହେବ ବୋଲି ପ୍ରତିଶ୍ରୁତି ଦେଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ତିନିଦିନିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ଆଜି ହେଉଛି ତୃତୀୟ ଦିନ, ଏହି ଅବସରରେ ସକାଳ ୦୬:୪୦ ସମୟରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ରାଜ୍ୟ ସରକାରଙ୍କ ଜନାହିତକର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ଓ ମହିଳା ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଠିକ ଭାବରେ ପହଞ୍ଚୁଛି ନା ନାହିଁ ସେ ବିଷୟରେ ପଚାରିବୁଝିଥିଲେ । ଏହି ପରିପ୍ରେକ୍ଷୀରେ ଅନେକ ଲୋକ ନିଜ ନିଜ ସମସ୍ୟା ଓ ଅଞ୍ଚଳର ସମସ୍ୟା ନେଇ ଲିଖିତ ଅଭିଯୋଗ ମାଧ୍ୟମରେ ୫-ଟି ସଚିବଙ୍କୁ ଜଣାଇଥିଲେ । ଲିଖିତ ଅଭିଯୋଗ ଗୁଡିକୁ ଗ୍ରହଣ କରି ଖୁବଶୀଘ୍ର ଏହି ସବୁ ସମସ୍ୟା ଗୁଡିକର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ବୃନ୍ଦାବାହାଲ ଠାରେ ନିର୍ମାଣ ଧିନ ୧୩୨/୩୩କେଭି ପାୱାର ଗ୍ରୀଡ଼ର ସମୀକ୍ଷା କରିଥିଲେ ଓ ପାୱାର ଗ୍ରୀଡ଼ର ବରିଷ୍ଠ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନେଶ୍ବା ରେଡ୍ଡୀଙ୍କ ସମେତ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.