ରାୟଗଡା ମହିଳା ମହାବିଦ୍ୟାଳୟର ପଢାଗୃହ ଓ ଦେବଗିରି ଛାତ୍ରୀନିବାସ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ମହିଳା ମହାବିଦ୍ୟାଳୟ ପରିସରରେ ପଢାଗୃହ ଓ ଦେବଗିରି ଛାତ୍ରୀନିବାସ ଉଦଘାଟିତ ହୋଇଯାଇଛି | ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସରପ୍ରାପ୍ତ ପ୍ରଫେସର ଡ଼କ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼କ୍ଟର ଅର୍ଚ୍ଚନା ପଟ୍ଟନାୟକ ଉଭୟ ଛାତ୍ରୀନିବାସ ଓ ପଢାଗୃହର ପ୍ରସଙ୍ଗିକତା ସମ୍ପର୍କରେ ନିଜର ମତ ରଖିଥିଲେ | ଉପରୋକ୍ତ ପ୍ରକୋଷ୍ଠ ମାନ ବିଶ୍ୱ ବ୍ୟାଙ୍କର ଅନୁଦାନରେ ନିର୍ମାଣ କରାଯାଇଥିଲା | ଏହି ଦୁଇଟି ପ୍ରକୋଷ୍ଠ ଇନ୍ଷ୍ଟିଟ୍ୟୁସନାଲ ଡେଭେଲପମେଣ୍ଟ ପ୍ଲାନର ମୁଖ୍ୟ ରଘୁନାଥ ଭୁଏ, ଶ୍ରୀମତୀ ଜଲ୍ଲି ପ୍ରଧାନ ଓ ନୋଡାଲ ଅଫିସର ସରୋଜା ମିଶ୍ରଙ୍କ ତତ୍ୱାବଧାନରେ ନିର୍ମାଣ କରାଯାଇଥିଲା | କାଯ୍ୟକ୍ରମରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରେ ମିତା ନାୟକ, ଶାନ୍ତଲତା ମିଶ୍ର, ଯୋଗମାୟା ମିଶ୍ର ଓ ଅନ୍ୟମାନେ ଯୋଗ ଦେଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.