ନାନାଝରଠାରେ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାନାଝର ଖେଳ ପଡିଆଠାରେ ରବିବାର ମନି ଗାଁ, ମହୁଲ ପଡ଼ା ଓ ଶଗଡ଼ଘାଟ ପଞ୍ଚାୟତ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନୋଜ ହାତୀଙ୍କ ଆବାହକତ୍ୱରେ ସଭାପତି ଟିକେରାମ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଓବିସି କୋଟାରେ ଦିଆଯାଉଥିବା ସଂରକ୍ଷଣ ପ୍ରତିଶତର ଭାଗ କାଟିବା ଯେମିତିକି ଶିକ୍ଷା, ଚାକିରି, ରାଜନୀତିରେ ୨୭ ପ୍ରତିଶତ ସଂରକ୍ଷଣ ଦିଆ ଯାଇଥିବା ବେଳେ କାର୍ଯ୍ୟକାରୀ ହେଉ ନ ଥିବା ତଥା ଏବେ ସମସ୍ତ ରାଜନୈତିକ ଦଳରେ ଜଣେ ସଫଳ ନେତା କିମ୍ବା ମନ୍ତ୍ରୀଙ୍କ ପଛରେ ଓବିସି ବର୍ଗର ନେତା ଥିବା ଦେଖିବାକୁ ମିଳେ, ସେଥିପାଇଁ ସମସ୍ତ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାରରେ ଓବିସି ବର୍ଗର ଲୋକଙ୍କ ପାଇଁ କ’ଣ କ’ଣ ବ୍ୟବସ୍ଥା କରାଯିବ ସବୁଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଆଜିର ବୈଠକରେ ଆଲୋଚନା କରଯାଇଥିଲା। ଓବିସି ବର୍ଗର ଚାଲିଥିବା ସର୍ଭେର ସମୟ ସୀମା ବଢ଼ାଇବା ସହ ପ୍ରତି ପଞ୍ଚାୟତରେ ଓବିସି ଆବାସିକ ବିଦ୍ୟାଳୟ ଖୋଲାଯାଉ ବୋଲି ମତ ପ୍ରକାଶ ପାଇଥିଲା। ଓବିସି ମଞ୍ଚର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ତୁଳସୀ ରାମ ସାହୁ, ବୀରବର ସାହୁ, ମୁନିରାମ ଖର୍ସେଲ, ଠନେନ୍ଦ୍ର ବାଗ, ଟିକେଲାଲ ବେହେରା, ସୀତାରାମ ସାହୁ, ବଳରାମ ଘିଭେଲା, ଅଭୟ ସାହୁ, ଲଳିତ ସାହୁ, ସରୋଜ କୁମାର ସାହୁ, ଖଗେଶ୍ବର ରଣା, ରମେଶ ବିଶି, ସଞ୍ଜିବ ସାହୁଙ୍କ ସମେତ ଆୟୋଜକ ପଞ୍ଚାୟତର ବହୂ ସଦସ୍ୟ  ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଦିନକୁ ଦିନ ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ତଥା ପଛୁଆ ବର୍ଗକୁ ଗୁରୁତ୍ବ ଦିଆନଯିବା ପ୍ରତିବାଦରେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚ ଏବେ ସରକାରଙ୍କ ତନ୍ଦ୍ରା ଭଙ୍ଗ କରିବା ନିମନ୍ତେ ଏକଜୁଟ ହୋଇ ବିଭିନ୍ନ ପଞ୍ଚାୟତମାନଙ୍କରେ ବୈଠକମାନ ଆୟୋଜିତ କରୁଛନ୍ତିି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.