ରୂପାନ୍ତରୀକରଣ ହେବ ପ୍ରସିଦ୍ଧ ଶକ୍ତିପୀଠ ନାରାୟଣୀ ମନ୍ଦିର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ରାଜ୍ୟରେ ବିଭିନ୍ନ ମନ୍ଦିରକୁ ୫ଟି ସଚିବ ପରିଦର୍ଶନ କରି ରୁପନ୍ତୀକରଣ ବାବଦରେ କୋଟି କୋଟି ଟଙ୍କା ଘୋଷଣା କରୁଥିବା ବେଳେ ମନ୍ଦିର ମାଳିନୀ ଖଲ୍ଲିକୋଟର ଗୋଟିଏ ମନ୍ଦିର ରୁପନ୍ତୀକରଣ ପାଇଁ ଏଯାବତ କୌଣସି ପଦକ୍ଷେପ ନିଆଯାଇନଥିବା ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଖଲ୍ଲିକୋଟ ତହସିଲଦାରଙ୍କ ଅବାହକତ୍ୱରେ ଖୋର୍ଦ୍ଧା ଓ ଗଂଜାମ ସୀମାରେ ଥିବା ପ୍ରସିଦ୍ଧ ଶକ୍ତି ପୀଠର ବିକାଶ ପାଇଁ ଏକ ବୈଠକ ଡକାଯାଇ ଆଲୋଚନା ହୋଇଥିଲା । ବୈଠକରେ ମନ୍ଦିର ପରିସରରେ ଥିବା ଅର୍ଦ୍ଧନିର୍ମିତ କଲ୍ୟାଣମଣ୍ଡପର ନିର୍ମାଣ ଓ ଜାତୀୟ ରାଜପଥ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଆଲୋକୀକରଣ ଓ ଅନ୍ୟାନ୍ୟ ବିକାଶକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ନାରାୟଣୀ ମନ୍ଦିରର ଆଲୋକୀକରଣ ପାଇଁ ଖଲ୍ଲିକୋଟ ଏନଏସି ଅଧକ୍ଷ ଇଂ ନିରଞ୍ଜନ ବେହେରା ପ୍ରତିଶୃତି ଦେଇଥିଲେ । ଉକ୍ତ ବୈଠକରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଡ଼ିଓ ବିକ୍ରମ ଦୋରା ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ସୋନାମ ପଳାଇ ବ୍ଲକ ଉପାଧ୍ୟକ୍ଷ ଭାରତୀ ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ବାଁକୁଟୁଗାଁ ସରପଂଚ ଗଣେଶ ସାହୁ, ଲଙ୍ଗଳେଶ୍ୱର ସରପଂଚ ରମେଶ ସାହୁ, ପ୍ରଭାକର ପ୍ରଧାନ, ବନପାଳ ପ୍ରଶାନ୍ତ କାର୍ଜି, ଭେଜିଫୁଟ ଆରଆଇ ରମେଶ ଚନ୍ଦ୍ର ଜେନା ଓ ମନ୍ଦିର ପୂଜକ ତୋଫାନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ଦିରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବିଧାୟିକା ପାଣ୍ଠି, ସଂସଦ ପାଣ୍ଠି ଓ ପଡୋଶୀ ପଂଚାୟତର ପାଣ୍ଠିକୁ ବିନିଯୋଗ କରାଯିବ ପାଇଁ ଆଲୋଚନା ହୋଇଥିଲା । ତେବେ ଗତ କିଛିଦିନ ତଳେ ଖଲ୍ଲିକୋଟ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ନାରାୟଣୀ ମନ୍ଦିର ବିକାଶ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସର୍ବୋପରି ଖଲ୍ଲିକୋଟ ର ସର୍ବପୁରାତନ ଜଗନ୍ନାଥ ମନ୍ଦିର ଓ ନିର୍ମଳଝର, ଝଡ଼େଶ୍ୱର ସମେତ ଖଲ୍ଲିକୋଟ ରାଧାକୃଷ୍ଣ ମନ୍ଦିରର ରୁପନ୍ତୀକରଣ କରିବାର ଆବଶ୍ୟକତା ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.