ଖଲ୍ଲିକୋଟ ଏନଏସିରେ ଜାଗା ମିଶନ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଏନଏସି ପରିସରରେ ବସ୍ତି ବାସିନ୍ଦାଙ୍କ ଭୂମି ଅଧିଗ୍ରହଣ, ପ୍ରମାଣପତ୍ର ପ୍ରଦାନ ଓ ବିଜୁ ଆଦର୍ଶ କଲୋନୀ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ମଶାଳାରେ ରାଜ୍ୟ ଜାଗା ମିଶନର ପ୍ରତିନିଧି ସାସ୍ୱତୀ ମିଶ୍ର ଯୋଗଦେଇ ରାଜ୍ୟ ସରକାର ତଥା ନବୀନ ବାବୁଙ୍କ ଏକ ଯୁଗାନ୍ତକାରୀ ଯୋଜନା ଓ ୧୯୧୭ ମସିହାରୁ ଆରମ୍ଭ ହୋଇ ଥିବା ଜାଗା ମିଶନ ଯୋଜନା ରେ ବହୁ ଭୂମିହୀନ ଲୋକ ଉପକୃତ ହେଲେଣି । ବର୍ତମାନ ବିଜୁ ବିଜୁ ଆଦର୍ଶ କଲାଣି କରାଯାଇ ସମସ୍ତ ମୌଳିକ ସୁବିଧା ରହିତ ବ୍ୟବସ୍ତା ହାତକୁ ନିଆଯାଇଛି ବୋଲି ପ୍ରକାଶ କରିଥିଲେ । ଉକ୍ତ କର୍ମଶାଳାରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ନଗରପାଳ ଇଂ.ନିରଞ୍ଜନ ବେହେରା, ଉପାଧ୍ୟକ୍ଷା ଲିଲି ସାହୁ, ଖଲ୍ଲିକୋଟ ଏନଏସିର ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା, ଖଲ୍ଲିକୋଟ ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ପାତ୍ର, ୧ ନମ୍ବର କାଉନସିଲର ପ୍ରଦୀପ କୁମାର ପଟ୍ଟନାୟକ ସମେତ ସମସ୍ତ କାଉନସିଲର ଯୋଗ ଦେଇଥିବା ବେଳେ ବହୁ ମହିଳା ହିତାଧିକାରୀ ମାନେ ଜାଗା ମିଶନ ପ୍ରମାଣ ପତ୍ର ମିଳିବାରେ ବିଳମ୍ବ ଓ ପ୍ରଦତ୍ତ ଜାଗା ବାସୋପଯୋଗୀ ହୋଇପାରୁ ନଥିବା ବେଳେ ୮୨ ଗୋଟି ଭୂମିହୀନ ଲୋକ ଦେବୋତ୍ତର ଜମି ରେ ରହିଥିବା ଯୋଗୁ ସେମାନଙ୍କୁ ଘରର ପ୍ରମାଣ ପତ୍ର ମିଳୁନଥିବା ଅଭିଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.