ତେଜିଲା ନୂଆ ସଂସଦ ଭବନ ଉଦଘାଟନ ବିବାଦ; ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ଦିନ ଯେତେ ଯେତେ ପାଖେଇ ଆସୁଛି, ବିବାଦ ସେତେ ଘନଉଛି । ଉଦ୍‌ଘାଟନ ସମାରୋହକୁ ୧୯ ବିରୋଧୀ ଦଳ ବହିଷ୍କାର କରିବେ ବୋଲି ଘୋଷଣା କରିବା ପରେ ଏବେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି ।  ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି ।

ଆବେଦନକାରୀ ଦର୍ଶାଇଛନ୍ତି, ନୂଆ ସଂସଦ ଭବନ ଉଦଘାଟନ ରାଷ୍ଟ୍ରପତି କରିବା ଉଚିତ ।  ଏପରିକି ସଂସଦ ଭବନ ଉଦଘାଟନ ଉତ୍ସବକୁ  ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ସମ୍ବିଧାନ ଉଲ୍ଲଙ୍ଘନ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ତେଣୁ  ନୂଆ ଭବନକୁ ରାଷ୍ଟ୍ରପତି ଉଦ୍ଘାଟନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ଅନୁରୋଧ କରିଛନ୍ତି ।

ସୂଚନାଥାଉ କି, ମେ’ ୨୮ ଅର୍ଥାତ  ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ୧୯ଟି ଦଳ ଏହାକୁ ବହିଷ୍କାର କରିବେ ବୋଲି କହିଥିବାବେଳେ  ୧୫ଟି ଦଳ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଯୋଗ ଦେବାକୁ ଆସୁଥିବା ଏହି ୧୫ ଦଳ ମଧ୍ୟରେ ଅଧିକାଂଶ ବିଜେପି ସହଯୋଗୀ ଦଳ ହୋଇଥିବା ବେଳେ କିଛି ବିଜେପି ଅନୁଗାମୀ ଦଳ ରହିଛନ୍ତି। ତନ୍ମଧ୍ୟରେ ବିଜେଡି ରହିଛି।

କଂଗ୍ରେସ ସମେତ, ଆମ୍ ଆଦ୍‌ମୀ ପାର୍ଟି, ତୃଣମୂଳ କଂଗ୍ରେସ, ଦ୍ରାଭିଡ଼ ମୁନ୍ନେତ୍ରା କାଝାଗାମ,ବାମ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଜନତା ଦଳ ୟୁନାଇଟେଡ୍, ନ୍ୟାସ୍‌ନାଲ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ଉଦ୍ଧବ ବାଲାସାହେବ ଠାକ୍‌ରେ ଶିବସେନା ଓ ଅନ୍ୟମାନେ ନୂଆ ସଂସଦ ଭବନକୁ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଆସିବେ ନାହିଁ ବୋଲି ବୁଧବାର ମିଳିତ ଭାବେ କହିଥିଲେ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.