ହରିଶ୍ଚନ୍ଦ୍ର ଯୋଜନାରେ ୧୦ ପରିବାରକୁ ମିଳିଳା ସହାୟତା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟ ସରକାର ଗରିବ ନିରିହ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ସରପଞ୍ଚ ଇଂ. ଦିନେଶ କୁମାର ରାଉତଙ୍କ ଉଦ୍ୟମ କ୍ରମେ ଗ୍ରାମପଞ୍ଚାୟତର ୧୦ ଗୋଟି ପରିବାରଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ବଇଜଲପୁର ଗ୍ରାମର ବିନାୟକ ଘିଭେଲା, ଗରିବା ମାଲି, ଅଶାରାମ ହରିଜନ, ଇନ୍ଦୁ ନାଏକ, ଲିମସେର ଗ୍ରାମର କାଶିନାଥ ମେହେର, ନିଲାବତୀ ନାଏକ, ବୃନ୍ଦବାହାଲ ଗ୍ରାମର ଲମେ ଭାଟି, ଗୁର୍ଣ୍ଣ ନିଆଲ, ପଦ୍ମିନି ଭାଟି, ଲୋଚନି ପୁଟେଲଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ସରପଞ୍ଚ ଇଂ. ରାଉତ । ଅନେକ ପଞ୍ଚାୟତର ହରିଶ୍ଚନ୍ଦ୍ର ଯୋଜନା ବାଟବଣା ହେଉଥିବା ନେଇ ଅଭିଯୋଗ ହେଉଥିବା ବେଳେ ବୃନ୍ଦବାହଲ ସରପଞ୍ଚ ଇଂ. ରାଉତଙ୍କ ଉଦ୍ୟମରେ ହରିଶ୍ଚନ୍ଦ୍ର ଯୋଜନା ଏହି ଗ୍ରାମପଞ୍ଚାୟତରେ ସଫଳ ରୂପାୟନ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.