ରାୟଗଡାରୁ ଦୁବାଇ ଯାତ୍ରା ପରେ ଅଭିଜ୍ଞତା ବାଣ୍ଟିଲେ ଉଦ୍ୟୋଗୀ ମହିଳା କୁମାରୀ ପାଲକା

ମିଶନ ଶକ୍ତି ଓ ଜିଲ୍ଳା ପ୍ରଶାସନ ତରଫରୁ କରାଗଲା ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମିଶନ ଶକ୍ତି ଅଧିନସ୍ଥ ରାୟଗଡା ଜିଲ୍ଳାସ୍ତରୀୟ ଫେଡେରେସନ୍‌’ର ସଭାପତି ଶ୍ରୀମତି କୁମାରୀ ପାଲକା ଦୁବାଇ ଗସ୍ତ ସାରି ଫେରିବା ପରେ ଆଜି ମିଶନ ଶକ୍ତି ସଭାଗୃହ ଠାରେ ଅନୁଷ୍ଠିତ ‘ରାୟଗଡାରୁ ଦୁବାଇ’ ସ୍ୱଂୟ ସହାୟିକା ଗୋଷ୍ଠୀର ଉଦ୍ୟୋଗୀ ଅଭିଞତା ସମ୍ବନ୍ଧୀୟ କର୍ମଶାଳାରେ ତାଙ୍କୁ ମିଶନ ଶକ୍ତି ଓ ଜିଲ୍ଳା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଳାପାଳ ତଥା ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ ଯୋଗ ଦେଇ କୁମାରୀ ପାଲାକାଙ୍କୁ ସାଧୁବାଦ ଜଣାଇବା ସହ ମିଶନ ଶକ୍ତି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ସଶକ୍ତିକରଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉପାନ୍ତ ଅଂଚଳ ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରୁ କୁମାରୀ ପାଲକାଙ୍କ ଭଳି ଉଦ୍ୟୋଗୀ ମହିଳାଙ୍କୁ ଦୁବାଇ ଗସ୍ତର ସୁବ୍ୟବସ୍ଥା କରାଇ ସେଠାରେ ଅନେକ ନୂତନ ଶିକ୍ଷଣୀୟ ବ୍ୟବସାୟ ବିଷୟରେ ଞାନ ଆହୋରଣ କରିବାର ଯେଉଁ ସୁବିଧା ମିଳିପାରିଛି ତାହା ନିଶ୍ଚିତ ଭାବେ ଜିଲ୍ଳାର ଅନେକ ମହିଳାଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ଡିପିସି ନିରଂଜନ ମଲ୍ଳିକ, ଓଏଲଏମ ଡିପିଏମ ହେମନ୍ତ ବାଗ ପ୍ରମୁଖ ମଂଚାସୀନ ହୋଇଥିବା ବେଳେ ଶ୍ରୀମତି କୁମାରୀ ପାଲକା ନିଜ ଦୁବାଇ ଗସ୍ତର ଅଭିଞତା ପ୍ରକାଶ କରିଥିଲେ । ବିଶେଷ କରି ସେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଲୋକାଭିମୁଖୀ ଯୋଜନା ଏବଂ ମିଶନ ଶକ୍ତିର ଆଭିମୁଖ୍ୟକୁ ପ୍ରଶଂସା କରିବା ସହ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଧନ୍ୟବାଦ ଜଣାଇଥିଲେ । କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ରାୟଗଡା ବ୍ଳକ ଡିପିସି ରାଜୀବ କୁମାର ପାଢୀଙ୍କ ସମେତ ବ୍ଳକସ୍ତରୀୟ ଫେଡେରେସନ୍‌’ର ସମସ୍ତ ସଭାପତି ଓ ସଂପାଦିକାମାନେ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.