ସରକାରୀ ପଲିଟେକନିକ ଓ ଆଇଟିଆଇରେ ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଭାରପ୍ରାପ୍ତ ଜିଲ୍ଳାପାଳ ତଥା ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦଶମ ଶ୍ରେଣୀ ପାସ କରିବା ପରେ ଛାତ୍ରଛାତ୍ରୀମାନେ ସରକାରୀ ପଲିଟେକନିକ୍ ଓ ଆଇଟିଆଇ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ସ୍ୱଳ୍ପ ବ୍ୟୟରେ ନାମ ଲେଖାଇ ଉନ୍ନତମାନର ଡିପ୍ଳୋମା ଓ ଆଇଟିଆଇ ଶିକ୍ଷା ଗ୍ରହଣ କରି ନିଜ ଉଚ୍ଚ ଭବିଷ୍ୟତ ଗଢିବା ଦିଗରେ କିପରି ଆଗେଇ ଆସିବେ ଏବଂ ଏଥିରେ ସ୍କୁଲ କର୍ତୁପକ୍ଷଙ୍କ ଭୂମିକା ଓ ଦାୟିତ୍ୱ ପାଳନ ଦିଗରେ ଜିଲ୍ଳା ମଙ୍ଗଳ ବିଭାଗ ଏବଂ ସମଗ୍ର ଶିକ୍ଷା ବିଭାଗର ଅଧିକାରୀ ଏବଂ ବିଦ୍ୟାଳୟ କର୍ତୁପକ୍ଷଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମ ପର୍ଯ୍ୟାୟ ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ରାୟଗଡା ଜିଲ୍ଳା ମଙ୍ଗଳ ବିଭାଗ ଅଧିନସ୍ଥ ୪୪ଗୋଟି ହାଇସ୍କୁଲରେ ଚଳିତ ବର୍ଷ ମାଟିକ୍ର ପରୀକ୍ଷାରେ ୩୩୮୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୩୩୭୦ଜଣ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗରେ ଉତୀର୍ଣ୍ଣ ହୋଇଥିବା ନେଇ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ବୈଠକରେ ଉପସ୍ଥାପନା କରିଥିଲେ । ଜିଲ୍ଳାର ମଙ୍ଗଳ ବିଭାଗରେ ଅଧ୍ୟୟନରତ ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀମାନେ ମାଟ୍ରିକ ପରେ ନିଜ ଭବିଷ୍ୟତ ଗଠନ ପାଇଁ ଅନେକ କଲେଜ ପିଣ୍ଡା ମାଡୁଥିବା ବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇବାର ସଠିକ୍ ବାଟ ନ ପାଇ ଅଧାରୁ ପାଠ ଛାଡି ଦାଦନ ଖଟିବାକୁ ଚାଲିଯାଉଛନ୍ତି । ତେବେ ଅଧାରୁ ପାଠ ଛାଡିବା ପାଇଁ ଥିବା ଛାତ୍ରଛାତ୍ରୀ ତଥା ମାଟ୍ରିକ ପରେ ବୈଷୟିକ ଅନୁଷ୍ଠାନ ମାଧ୍ୟମରେ ଶିକ୍ଷା ଗ୍ରହଣ କରି ଭବିଷ୍ୟତ ଗଠନ କରିବାର ଆଶା ରଖୁଥିବା ଭଳି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତୁପକ୍ଷ କାଉନସେଲିଂ ମାଧ୍ୟମରେ ପ୍ରୋତ୍ସାହିତ କଲେ ବହୁ ଛାତ୍ରଛାତ୍ରୀ ନିଜେ ରୋଜଗାରକ୍ଷମ ହେବାର ସୁଯୋଗ ପାଇ ପାରିବେ ବୋଲି ବୈଠକରେ କୁହାଯାଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ରାୟଗଡା ଜିଲ୍ଳା ଶିକ୍ଷା ବିଭାଗର ୨୦୭ଟି ହାଇସ୍କୁଲରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କ ଫଳାଫଳ ଭଲ ରହିଥିବା ବେଳେ ଏମାନଙ୍କୁ ମଧ୍ୟରୁ ପ୍ରତ୍ୟେକ ବିଦ୍ୟାଳୟରୁ ୧୦ଜଣ ଲେଖାଁଏ ଛାତ୍ରଛାତ୍ରୀଙ୍କୁ ସରକାରୀ ବୈଷୟିକ ଅନୁଷ୍ଠାନ ପଲିଟେକନିକ ଓ ଆଇଟିଆଇରେ ନାମ ଲେଖାଇବା ପାଇଁ ବିଦ୍ୟାଳୟଗୁଡିକର ପ୍ରଧାନଶିକ୍ଷକ ତଥା ଶିକ୍ଷକଶିକ୍ଷୟତ୍ରୀମାନେ କାଉନସେଲିଂ କରି ସେମାନଙ୍କୁ ଏହି ବୈଷୟିକ ଶିକ୍ଷା ଗ୍ରହଣ ପାଇଁ ପ୍ରୋତ୍ସାହିତ କରିବା ଦିଗରେ କିପରି ଦାୟିତ୍ୱବାନ ହେବେ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଚଳିତ ଶିକ୍ଷାବର୍ଷ ପାଇଁ ରାୟଗଡା ଜିଲ୍ଳା ସଦର ମହକୁମାରେ ଥିବା ଉତ୍କଳ ଗୈାରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ(ପଲିଟେକନିକ) ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ନାମ ଲେଖା ପାଇଁ ସାମସ୍ ପୋର୍ଟାଲ ଏବଂ ଅନ୍ୟ ପୋର୍ଟାଲ ସଂପର୍କରେ ବୈଠକରେ ଉପସ୍ଥିତ ଆଇଟିଆଇ ରାୟଗଡାର ଅଧ୍ୟକ୍ଷ ଅତୁଲ୍ୟ କୁମାର ପଣ୍ଡା ଏବଂ ୟୁଜିଏମଆଇଟି ଅନୁଷ୍ଠାନର ଅଧ୍ୟକ୍ଷ ନାରାୟଣ ପଟେଲ ଆଲୋକପାତ କରିଥିଲେ ।

Udyog Nursery
Udyogi Nursery

ସରକାରୀ ପଲିଟେକନିକ୍ ଓ ଆଇଟିଆଇରେ ନାମ ଲେଖାଇବା ସହ ପାସ କରିବା ପରେ ଡିପ୍ଳୋମା ପରେ ତିନି ବର୍ଷୀୟା ଲାଟେରଲ ଡିଗ୍ରୀ ଓ ଆଇଟିଆଇ ପରେ ଦୁଇ ବର୍ଷୀୟା ଲାଟେରଲ ଡିପ୍ଳୋମାର ସୁବିଧା ସୁଯୋଗ ମିଳିବା ସହ ଶିଳ୍ପାନୁଷ୍ଠାନ ମାନଙ୍କରେ ଷ୍ଟାଇପେଣ୍ଡ ଭିତିକ ଶିକ୍ଷାନବିସ ତାଲିମ, ଆତ୍ମନିଯୁକ୍ତି ପାଇଁ ନାନୋ ଉନିକର୍ନ ଯୋଜନାର ସୁବିଧା ଓ ସୁଯୋଗ,ଅନୁଷ୍ଠାନ ଓ କେନ୍ଦ୍ରୀୟ ନିଯୁକ୍ତି କକ୍ଷ ମାଧ୍ୟମରେ ନିଯୁକ୍ତିର ସୁବିଧା ଉପରେ ଆଲୋକପାତ କରାଯାଇଥିଲା । ବିଶେଷ କରି ଝିଅ ପିଲାଙ୍କ ପାଇଁ ୩୦ପ୍ରତିଶତ ସ୍ଥାନ ସଂରକ୍ଷଣ ଥିବା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ବୈଠକରେ ଉଭୟ ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଦିଲିପ କୁମାର ବେହେରା,ଜିଲ୍ଳା ନିୟୋଜନ ଅଧିକାରୀ ଶ୍ରୀ ମହାପାତ୍ରଙ୍କ ସମେତ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଳା ଶିକ୍ଷାଅଧିକାରୀ ଭଜନଲାଲ ମାଝିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.