ମଥୁରା କେଦାରେଶ୍ୱର ପୀଠରେ ନବଦିନ ହରିହରାତ୍ମକ ବିଶ୍ବଶାନ୍ତି ଯଜ୍ଞ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମରେ ଥିବା କେଦାରେଶ୍ୱରଙ୍କ ପୀଠରେ ନବଦିନ ବ୍ୟାପୀ ହରିହରାତ୍ମକ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଅଧିବାସ, ବୁଧବାର ଦିନ ଅଙ୍କୁରାରୋପଣ ପରେ ଶୁକ୍ରବାର ଦିନ ଗ୍ରାମର ସହ ସହ ମହିଳା ଏକ ବିରାଟ ପଟୁଆରରେ କଳସ ଯାତ୍ରାରେ ନିର୍ମଳଝର ଠାରୁ ଶୁଦ୍ଧ ଜଳ ନେଇ ଯଜ୍ଞ ସ୍ଥଳରେ ପହଂଚି ଥିଲେ। ଏ ଅଵସରରେ ନାମଯଜ୍ଞ, ଘୃତ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ସନ୍ଧ୍ୟା ସମୟରେ ଯଜ୍ଞ ଦେଖିବା ପାଇଁ ପ୍ରବଳ ଗହଳି ଲକ୍ଷ୍ୟ କରି ଖଲ୍ଲିକୋଟ ପ୍ରେସ କ୍ଲବ ତରଫରୁ ଥଣ୍ଡା ପଣା ପ୍ରଦାନ କାରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.