ସଇଁତଲା ଓ ବୁଢାବାହାଲରେ ଧାନମଣ୍ଡି ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଓ ବୁଢାବାହାଲ ପେକ୍ସରେ ଶୁକ୍ରବାର ରବି ଫସଲରେ ଉତ୍ପାଦିତ ଧାନ ବିକ୍ରି ପାଇଁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଯୋଗଦାନ କରି ଧାନମଣ୍ଡିକୁ ଉଦଘାଟନ କରିଥିଲେ l ଚାଷୀ ଯେପରି ନିଜ ଟୁକନ ମାଧ୍ୟରେ ମଣ୍ଡିରେ ଧାନ ବିକ୍ରି କରିପାରିବେ ସେ ଉପରେ ଧ୍ୟାନ ଦିଆଯିବ l ଏହା ସହିତ ଦଲାଲମାନେ ଧାନ ମଣ୍ଡି ସକ୍ରିୟ ରହିଲେ କଠୋର କାଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ l ସେହିପରି ଟିଟିଲାଗଡ଼ ଏଆରସିଏସ ରାଧାକୃଷ୍ଣ ମେହେର ଯୋଗଦାନ କରି ବୁଢ଼ାବାହାଲ ଧାନ ମଣ୍ଡି ଶୁଭ ଉଦଘାଟନ କରିଥିଲେ l ଏହି ସମୟରେ ସଇଁତଲା ପେକ୍ସ ସଭାପତି ପ୍ରଭାତ କୁମାର ସିଂ ଭୋଇ, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ, ପେକ୍ସ ସମ୍ପାଦକ ରୋହିତ ସାହୁ, ଡିଇଓ ଚନ୍ଦ୍ର ଚନ୍ଦନ, ବୁଢାବାହାଲ ପେକ୍ସ ସଭାପତି ଧ୍ରୁବ ସାହୁ , ପେକ୍ସ ସମ୍ପାଦକ ଡମନ ସାହୁ, ଡିଇଓ ଦୈତାରି ସାହୁ, ଚାଷୀ ତୁଳସୀ ସାହୁ, ସଞ୍ଜୟ ମଲ୍ଲିକ, କୁନ୍ତଭାନୁ ସାହୁ, ମିନିକେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.