ବିଜେପି ଲଛିପୁର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଛିପୁର ମଣ୍ଡଳର ବିଜେପି କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଅଲେଖ ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମେ ୩୦ ତାରିଖ ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଲୋକ ସମ୍ପର୍କ ଅଭିଯାନ ଅନ୍ତର୍ଗତ ଘର ଘର ଯାଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀ ମାନଙ୍କ ସହିତ କଥାବାର୍ତ୍ତା ଓ ଲୋକଙ୍କ ସୁବିଧା, ଅସୁବିଧା ଆଲୋଚନା କରି କିପରିଭାବରେ ସରକାରୀ ଯୋଜନା ପାଇ ପାରିବେ ସେ ଉପରେ ମଣ୍ଡଳ ସଭାପତି ଅଲେଖ ନାଏକ ଓ ସାଂସଦ ପ୍ରତିନିଧି ଶରତ ଶତପଥୀ ସାଂଗଠନିକ ସଂରଚନା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ  ବରିଷ୍ଠ ବିଜେପି ନେତା ନବକୃଷ୍ଣ ଦନ୍ତା ୨୦୨୪ ନିର୍ବାଚନରେ ବିଜୟ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବୈଠକରେ ନବ କୁମାର ଦାସ, ଶଶିଭୂଷଣ ମହାକୁର, ଅବିନାଶ ଦାସ, ଶୁରେଶ୍ବର ସାହୁ, ଅଶୋକ ଝାଙ୍କର, କୁନ୍ଦନ ପୋଢ, ଗୋବର୍ଦ୍ଧନ ସଲତର, ରାମ ନାରାୟଣ ମିଶ୍ର, ଟପ୍ରକାଶ ସା,‌ମହିଳା ମୋର୍ଚ୍ଚା ସଭାପତି ସୁପ୍ରଭା ସେଠି, ଚୈତନ୍ୟ ସାହୁ ସମେତ ବହୁ ସଂଖ୍ଯକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.