ସାମାନ୍ୟ ବଚସାକୁ ନେଇ ସାହୁ ଢାବାରେ ମାରପିଟ ଓ ଛୁରାମାଡ

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ନୂଆପଡା ଜିଲ୍ଲା ଖଡ଼ିଆଳରୁ ଭବାନୀପାଟଣା ଜାତୀୟ ରାଜପଥ ୨୧୬ ରାସ୍ତା ଉପରେ ଥିବା ସାହୁ ଢ଼ାବାରେ ଛୁରା ମାଡରେ ଦୁଇ ଜଣ ଢ଼ାବା କର୍ମଚାରୀ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ବର୍ତମାନ ସେମାନେ ନୂଆପଡା ଜିଲ୍ଲା ଚିକିତ୍ସାଲୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ମତେ, ଗତକାଲି ଅପରାହ୍ନରେ ଖଡ଼ିଆଳ ସହର ସାହୁପଡାର ଜିତୁ ସାହୁ ଓ ଫୋକଟ ପଡା ର ଆଲୋକ ସାହୁ ଢାବାକୁ ଖାଇବାକୁ ଯାଇଥିଲେ । ମଧ୍ୟାହ୍ନ ଭୋଜନ ଅର୍ଡର ଦେବା ବେଳେ ହୋଟେଲ କର୍ମଚାରୀଙ୍କ ସହ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା । ଏହି ସମୟରେ ହୋଟେଲ କର୍ମଚାରୀ ପରୀକ୍ଷିତ ମେହେରଙ୍କର ଆଲୋକ ଓ ଜିତୁ ସାହୁଙ୍କ ମଧ୍ୟରେ ମାଡ ପିଟ ହୋଇଥିଲା । ଏହା ଦେଖି ଢ଼ାବା କର୍ମଚାରୀ ଧାଇଁ ଆସି ଥିଲେ । ଏଥିରେ ଆଲୋକ ପକେଟରୁ ଛୁରା ବାହାର କରି ଆକ୍ରମଣ କରିବାରୁ ହୋଟେଲ କର୍ମଚାରୀ ନୃପ କୂଳଦୀପ, ଦୀପକ ସରାଫ ଓ ଆଲୋକଙ୍କ ସାଙ୍ଗ ଜିତୁ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ ଖଡ଼ିଆଳ ଡାକ୍ତାରଖାନରେ ପ୍ରାଥମିକ ଚିକିତ୍ସା କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ । ଏନେଇ ଖଡ଼ିଆଳ ଥାନାରେ ଢ଼ାବା କର୍ମଚାରୀ ପରୀକ୍ଷିତ ମେହେର ଲିଖିତ ଅଭିଯୋଗ କରିଥିଲେ | ଖରିଆର ଥାନା ୧୮୦/୨୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି ଏବଂ ଫୋକଟ ପଡାର ଆଲୋକ ସାହୁଙ୍କୁ ଥାନାରେ ଅଟକ ରଖିଥିବା ଖଡ଼ିଆଳ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଳି ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.