ପ୍ରକାଶ ପାଇଲା +୨ ରେଜଲ୍ଟ: ବିଜ୍ଞାନରେ ପାସ୍ ହାର ୮୪.୯୩ ଓ ବାଣିଜ୍ୟ ୮୧.୧୨

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(+୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡ, ବିଭାଗୀୟ ସଚିବ ଅଶ୍ବଥୀ ଏସ୍‌, ପରିଷଦର ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ବିଜ୍ଞାନରେ ପାସ୍ ହାର ୮୪.୯୩ ଓ ବାଣିଜ୍ୟ ୮୧.୧୨ ରହିଛି । ଛାତ୍ରମାନଙ୍କ ଅପେକ୍ଷା ଛାତ୍ରଛାତ୍ରୀ ଆଗୁଆ ଅଛନ୍ତି । ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି । ବିଜ୍ଞାନରେ ନୟାଗଡ଼ ଜିଲ୍ଲାର ପାସହାର ଅଧିକ ଥିବାବେଳେ ଗଜପତି ଜିଲ୍ଲାରେ ପାସହାର କମ ରହିଛି । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.