ଭିଜିଲାନ୍ସ ଜାଲରେ ଡିଏଫଓ ଅଫିସର ବରିଷ୍ଠ ସହାୟକ 

ପେନସନ ପାଇଁ ନେଉଥିଲେ ୨୦ ହଜାର ଟଙ୍କା ଲାଞ୍ଚ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ମହେନ୍ଦ୍ର ବାଗ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଏଫଓ ଅଫିସର ଜଣେ ବରିଷ୍ଠ ସହାୟକ (ସିନିୟର ଆସିଷ୍ଟାଣ୍ଟ) ସଞ୍ଜୟ କୁମାର ବାଗ ଭିଜିଲାନ୍ସ ଜାଲରେ ପଡିଛନ୍ତି । ପେନସନ ପେପର ସଠିକ କରିବା ପାଇଁ ୨୦ ହଜାର ଲାଞ୍ଚ ନେଉଥିଲେ । ଗତ ୨୦୧୯ରୁ ଖଡ଼ିଆଳ ବନ ବିଭାଗ ଫରେଷ୍ଟ ଗାର୍ଡ ବିନୋଦିନୀ କୈବର୍ତ୍ତ ମାନସିକ ଅସୁସ୍ଥ ହୋଇଯାଇଥିଲେ । ଏଥିପାଇଁ ଗତ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ବିନୋଦିନୀ କାର୍ଯ୍ୟରେ ଯୋଗ ଦେଇନଥିଲେ । ଗତ ବର୍ଷ ବନ ବିଭାଗରୁ ବିନୋଦିନୀ ସ୍ବେଚ୍ଛାକୃତ ଅବସର ନେଇଥିଲେ । ହେଲେ ବିନୋଦିନୀଙ୍କୁ ପେନସନ ମିଳିନଥିଲା । ଏହି ପେନସନ କାଗଜପତ୍ରର ପ୍ରକ୍ରିୟା କାରଣ ପାଇଁ ଖଡ଼ିଆଳ ଡିଏଫଓ ଅଫିସର ବରିଷ୍ଠ ସହାୟକ ଶ୍ରୀ ବାଗ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ବିନୋଦିନୀଙ୍କ ଭାଇ ମନୋଜ କୈବର୍ତ୍ତ ଓଡ଼ିଶା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ପୂର୍ବାହ୍ନରେ ବିନୋଦିନୀଙ୍କ ଭାଇ ମନୋଜ ଡିଏଫଓ ଅଫିସ ବରିଷ୍ଠ ସହାୟକ ଶ୍ରୀ ବାଗଙ୍କୁ ପେନସନ କାଗଜପତ୍ରର ପ୍ରକ୍ରିୟା କାରଣ ପାଇଁ ୨୦ ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କୋରାପୁଟ ଜୟପୁର ଓ ଭବାନୀପାଟଣା ମିଳିତ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ । ସେଠାରେ ଡିଏଫଓ ଅପିସ ବରିଷ୍ଠ ସହାୟକ ଶ୍ରୀ ବାଗଙ୍କୁ ଲାଞ୍ଚ ନେବାବେଳେ ଧରିଥିଲେ । ମଧ୍ୟାହ୍ନରେ ଡିଏଫଓ ଅଫିସ ଓ ଲୋହରାପାଲି ସ୍ଥିତ ବାସ ଭବନରେ ଏକ କାଳୀନ ଚଢ଼ାଉ କରିଥିଲେ । ଏବେ ଶ୍ରୀ ବାଗଙ୍କ ସମ୍ପତ୍ତିର ତଦନ୍ତ ଜାରି ରହିଛି । ଏହି ଚଢ଼ାଉରେ ଜୟପୁର ଓ ଭବାନୀପାଟଣା ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.