କଂଗ୍ରେସ ଢାଞ୍ଚା ଆପଣାଇବ ସମାଜବାଦୀ ପାର୍ଟି !

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସ ଢାଞ୍ଚା ଆପଣାଇବ ସମାଜବାଦୀ ପାର୍ଟି। ଦଳକୁ ନିର୍ବାଚନରେ ସଫଳ କରିବା ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ହିନ୍ଦୁତ୍ୱ ପନ୍ଥା ଆପଣାଇବ ବୋଲି କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ କରିବା ସମ୍ପର୍କିତ ଘୋଷଣାକୁ ନେଇ ଅଡୁଆରେ ପଡିଥିଲା। ଯାହାକୁ ନେଇ ବିଜେପି ହିନ୍ଦୁତ୍ୱର ମାହୋଲ ତିଆରି କରିଥିଲା। କିନ୍ତୁ ଏହାକୁ ମ୍ୟାନେଜ କରିବାକୁ କର୍ଣ୍ଣାଟକରେ କଂଗ୍ରେସ ରାଜ୍ୟରେ ହନୁମାନ ମନ୍ଦିର ତିଆରି କରିବାକୁ ଘୋଷଣା କରିଥିଲା। ଯାହାକୁ କଂଗ୍ରେସକୁ ସଫଳତା ଦେଇଥିବା କୁହାଯାଏ। ତେଣୁ ସେହି ଢାଞ୍ଚାରେ ୟୁପିରେ ସମାଜବାଦୀ ପାର୍ଟି ହିନ୍ଦୁତ୍ୱ ଷ୍ଟ୍ରାଟେଜି ଆପଣାଇବାକୁ ଯାଉଛି। ସେଥିପାଇଁ ଦଳ ପକ୍ଷରୁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ରାଜ୍ୟର ସିତାପୁର ଜିଲ୍ଲାର ଧର୍ମସ୍ଥଳୀ ନୈମିସରଣ୍ୟରେ ଏହି କର୍ମୀ ସମ୍ମିଳନୀ ଆୟୋଜିତ ହେବ। ଏହି କ୍ୟାମ୍ପ ବେଦ ମନ୍ତ୍ର ପାଠରୁ ଆରମ୍ଭ କରାଯିବ। ସ୍ୱତନ୍ତ୍ର ପୂଜାପାଠ ସହ ଯଜ୍ଞରୁ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଏହି ପୂଜାରେ ସାମିଲ ହେବେ। ଏପରିକି ଅଖିଲେଶ ଲଳିତା ଦେବୀ ମନ୍ଦିର ଯାଇ ପୂଜାପାଠ କରିବେ। ୫ ହଜାରରୁ ଅଧିକ କର୍ମୀ ଏଥିରେ ଯୋଗଦେବେ। ନୈମିସରଣ୍ୟରେ ୮୮ ହଜାର ସାଧୁ ଜଙ୍ଗଲରେ ତପ କରିବା ସହ ଋଷି ବେଦବ୍ୟାସ ସେମାନଙ୍କୁ ବେଦ, ପୁରାଣ ଓ ଶାସ୍ତ୍ର ଦେଇଥିଲେ। ତେଣୁ ହିନ୍ଦୁ ଧର୍ମର ଏଭଳି ଏକ ପବିତ୍ର ସ୍ଥାନକୁ ସମାଜବାଦୀ ପାର୍ଟି ସମ୍ମିଳନୀ ପାଇଁ ବାଛିଛି। କର୍ଣ୍ଣାଟକରେ ବଜରଙ୍ଗ ବାଲି ପ୍ରସଙ୍ଗ ଉଠାଇ ବିଜେପି ହାରିଲା ଓ କଂଗ୍ରେସ ହନୁମାନଙ୍କ ନାଁ ନେଇ ଜିତିଲା। ତେଣୁ ବିଜେପିକୁ ଏଭଳି ଢଙ୍ଗରେ ହିନ୍ଦୁତ୍ୱ ପ୍ରସଙ୍ଗକୁ ଅସ୍ତ୍ର କରି କାଉଣ୍ଟର କରିବାକୁ ସମାଜବାଦୀ ପାର୍ଟି ବଡ଼ ଯୋଜନା କରିଛି। ଆଗକୁ ଦେଶର ସାଧାରଣ ନିର୍ବାଚନ ଥିବା ବେଳେ ଉତ୍ତରପ୍ରଦେଶରେ ୮୦ ଟି ଲୋକସଭା ସିଟ ରହିଛି। ବିଜେପି ଏ ସବୁ ସିଟ ଉପରେ ନଜର ରଖିଛି। ତେଣୁ ବିଜେପିକୁ ହିନ୍ଦୁତ୍ୱ ଅସ୍ତ୍ରରେ କାଉଣ୍ଟର କରିବାକୁ ଦଳ ବଡ଼ ଯୋଜନା କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.