ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ବିଶ୍ବ ଋତୁସ୍ରାବ ସପ୍ତାହ ଅବସରରେ ୨୩୦୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

ମାସିକ ଋତୁସ୍ରାବ ସ୍ଵଚ୍ଛତା ସପ୍ତାହ ପାଳନ କରି କମ୍ପାନୀ ମହିଳାଙ୍କ ସ୍ବାସ୍ଥ୍ୟ ଏବଂ ଉନ୍ନତି ପାଇଁ ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର (ନିଲେଶ କୁମାର ନାଗ) : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ୨୩୦୦ ରୁ ଅଧିକ ମହିଳାଙ୍କ ନିକଟରେ ପହଂଚି ଓଡ଼ିଶା ଏବଂ ଛତିଶଗଡରେ ଚାଲିଥିବା ଋତୁସ୍ରାବ ସ୍ଵଚ୍ଛତା ସପ୍ତାହର ଏକ ଅଂଶ ଭାବରେ ମହିଳାଙ୍କ ସ୍ବାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିଛି । ଚଳିତ ବର୍ଷର ମିଳିତ ଜାତିସଂଘର ଥୁମ୍ ସହିତ ‘୨୦୩୦ ସୁଦ୍ଧା ଋତୁସ୍ରାବକୁ ଜୀବନର ଏକ ସାଧାରଣ ସତ୍ୟ କରିବା ସହ କମ୍ପାନୀ ଗ୍ରାମୀଣ ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏକ ସାନିଟାରୀ ନାପକିନ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛି । ଏହାର ପାଂଟ ପରିସରରେ ମେସିନ୍ ବିତରଣ, ଏବଂ ଋତୁସ୍ରାବ ସ୍ଵଚ୍ଛତା ପରିଚାଳନା ଉପରେ ଅନେକ ସଚେତନତା ଅଧିବେଶନ ଆୟୋଜନ କରାଯାଇଛି ।

Omkar Vasthu
Omkar Vasthu

ବେଦାନ୍ତ ଆଲୁମିନିୟମ୍‌ର ପଦକ୍ଷେପ ଗ୍ରାମୀଣ ମହିଳାଙ୍କ ସ୍ବାସ୍ଥ୍ୟ ଏବଂ ଏହାର କାର୍ଯ୍ୟକଳାପକୁ ସୁଦୃଢ କରିବା ପାଇଁ ଦୀର୍ଘ ଦିନର ପ୍ରତିବଦ୍ଧତାର ଅବ୍ୟାହତ ରହିଛି । କମ୍ପାନୀ ମଧ୍ୟ ସ୍ଥାନୀୟ ଉତ୍ପାଦନ ତଥା ସମ୍ପ୍ରଦାୟର ମହିଳାନେତୃତ୍ବାଧୀନ ମାଇକ୍ରୋ ସଂଟରରୁ ସୁଲଭ ତଥା ଇକୋ-ଫ୍ରେଣ୍ଡଲି ନାରୀ ସଇତା ଉତ୍ପାଦ ଯୋଗାଣ ମାଧ୍ୟମରେ ପରିବର୍ତନଶୀଳ ସାମାଜିକ-ଅର୍ଥନୈତିକ ପ୍ରଭାବକୁ ବୃଦ୍ଧି କରୁଛି ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଶ୍ରୀ ରାହୁଲ ଶର୍ମା, ସିଇଓ, ବେଦାନ୍ତ ଲିମିଟେଡ୍ – ଆଲୁମିନିୟମ୍‌ ବ୍ୟବସାୟ କହିଛନ୍ତି ଯେ, ବେଦାନ୍ତ ଆଲୁମିନିୟମ୍ ରେ ଆମେ ସ୍ଥାନୀୟ ସମ୍ପ୍ରଦାୟ ତଥା ଆମର କର୍ମଚାରୀଙ୍କ ସ୍ବାସ୍ଥ୍ୟ ଏବଂ ସୁସୁତାକୁ ଆମର ସର୍ବୋଚ୍ଚ ପ୍ରାଥମିକତା ଭାବରେ ବିବେଚନା କରୁ । ଆମ ସମ୍ପ୍ରଦାୟର ମହିଳାମାନଙ୍କର କଲ୍ୟାଣ ବୃଦ୍ଧି ଉପରେ, ତଥା ଗ୍ରାମାଂଚଳର ପିଲାମାନଙ୍କର ପ୍ରାଥମିକ ଯନ୍ତ୍ରକାରୀ ଭାବରେ ସମଗ୍ର ସମ୍ପ୍ରଦାୟର ସାମଗ୍ରିକତାକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ସାସ୍ଥ୍ୟସେବା ଇକୋସିଷ୍ଟମକୁ ମଜବୁତ କରିବା, ସଚେତନତା ସୃଷ୍ଟି କରିବା, ଚ୍ୟାଲେଞ୍ଜକୁ ସାମନା କରିବା, ଆବଶ୍ୟକୀୟ ଉତ୍ସ ଯୋଗାଇବା ତଥା ଗ୍ରାମାଂଚଳର ସାମାଜିକ-ଅର୍ଥନୈତିକ ପରିବର୍ତନକୁ ସକ୍ଷମ କରିବା ସହିତ ମହିଳାମାନଙ୍କୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବା ପାଇଁ ଆମେ ପ୍ରତିବଦ୍ଧ ଅଟୁ ।

Udyog Nursery
Udyogi Nursery

ବିଶ୍ବର ବୃହତମ ଏକକ-ଆଲୁମିନିୟମ୍ ପାଂଟ ମଧ୍ୟରୁ ବେଦାନ୍ତ ଝାରସୁଗୁଡା ଠାରେ ଥିବା ଟାଉନସିପ୍ ରେ କମ୍ପାନୀ ମହିଳାଙ୍କ ସ୍ଵାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । କମ୍ପାନୀ ‘ସୌକ୍ଷମ୍’ ପଦକ୍ଷେପ ଆରମ୍ଭ କରିବା ପାଇଁ ଭୁବନେଶ୍ବରର ଜାଲିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍) ସହିତ ସହଯୋଗ ଘୋଷଣା କରିଛି । ଏହି ସହଯୋଗ ଏକ ଅତ୍ୟାଧୁନିକ ବାୟୋଡିଗ୍ରେଡେବଲ୍‌ ସାନିଟାରୀ ନାପକିନ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ, ଜୀବିକା ସୁଯୋଗକୁ ବଂଚାଇବା ଏବଂ ସ୍ଥାନୀୟ ବାଳିକା ଏବଂ ମହିଳାମାନଙ୍କ ପାଇଁ ସଚ୍ଚତା ଅଭ୍ୟାସ ଏବଂ ଉତ୍ପାଦକୁ ପ୍ରୋତ୍ସାହିତ କରିବ । ବେଦାନ୍ତ ଆଲୁମିନିୟମର ଉତ୍ସାହୀ ସେଚ୍ଛାସେବୀମାନେ ଏକ ‘ନୌକୃତ୍ ନାଟକ୍’ର ମାସିକ ସ୍ୱଚ୍ଛତା ବିଷୟରେ ସଚେତନତା ସୃଷ୍ଟି କରିଥିଲେ ଏବଂ ଭୁଲ ଧାରଣାକୁ ଦୂର କରିଥିଲେ । ସ୍ତ୍ରୀ ରୋଗ ବିଶେଷଜ୍ଞମାନେ ମାସିକ ଋତୁସ୍ରାବ ସଚ୍ଚତା ପରିଚାଳନା ପ୍ରୋଟୋକଲ ଉପରେ ସୂଚନା ବାଂଟିଥିଲେ ଏବଂ ସ୍ଥାନୀୟ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରାଯାଇଥିଲା। କର୍ମଚାରୀ ସେଚ୍ଛାସେବୀମାନେ କପଡା ଉପରେ ସାନିଟାରୀ ନାପକିନ୍‌ର ସୁବିଧା ଉପରେ ଗୁରୁତ୍ଵ ଦେଇ ସମ୍ପ୍ରଦାୟ ସହିତ ଅର୍ଥପୂର୍ଣ ଆଲୋଚନାକୁ ସହଜ କରିଥିଲେ ।

ବାଲକୋ, ଛତିଶଗତର କୋରିବା ଠାରେ ଥିବା ଭାରତର ବିଶ୍ବସ୍ତରିୟ ଆଲୁମିନିୟମ୍ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମ୍‌ର ଏକ ସହାୟକ କମ୍ପାନୀ ଏହି ଅବସରରେ କାରଖାନାର ମହିଳା ୱାଶରୁମ୍ ୩୦ ରୁ ଅଧିକ ସାନିଟାରୀ ନାପକିନ୍ ଡିସପେନିଂ ମେସିନ୍ ଲଗାଯାଇଛି । ମାସିକ ଋତୁସ୍ରାବରେ ଥିବା ଭୁଲ ଧାରଣାକୁ ପରିବର୍ତନ କରିବା ପାଇଁ ଏହି ଅଭିଯାନରେ, କମ୍ପାନୀ ‘ନିରାପଦ ସ୍ଥାନ ଅଭିଯାନ’ ପରିଚାଳନା କରିଥିଲା ଯାହାକି ଋତୁସ୍ରାବ ସ୍ବାସ୍ଥ୍ୟ ଉପରେ ଡାକ୍ତରଖାନା | କ୍ଲିନିକ୍ ଏବଂ ସ୍ଥାନୀୟ ଦୋକାନୀମାନଙ୍କୁ ସମ୍ବେଦନଶୀଳ କରି ଶପଥ ଗ୍ରହଣ ଏବଂ ପ୍ରତିଶ୍ରୁତି ପତ୍ର ମାଧ୍ୟମରେ ଏକ ସହାୟକ ପରିବେଶ ସୃଷ୍ଟି କରାଯଥିଲା । ଶାଶୁ ବହୁ-ମା ଝିଅ ସମ୍ମିଳନି ମଧ୍ୟରେ ସ୍ବାସ୍ଥ୍ୟ ଏବଂ ସଚ୍ଚତା ବିଷୟରେ ଶିକ୍ଷା ଦେବା ପାଇଁ ପିରିୟତ୍ ଲୁଡୋ ଭଳି ମଜାଳିଆ କାର୍ଯ୍ୟକଳାପ ଆରମ୍ଭ କରଯାଇଥିଲା । ‘ମାସିକ ଋତୁସ୍ରାବ ସଚ୍ଚତା ପରିଚାଳନା ରାଲି ଏବଂ ୱାଲ୍ ଫେଟିଙ୍ଗ’ ପରି କାର୍ଯ୍ୟକଳାପ ସ୍ପିରିଟେଡ୍ ରାଲି ଏବଂ ରଙ୍ଗୀନ ମୂର୍ତି ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ‘ଋତୁ ଚୌପଲ୍- ଚଲା ଗାଓନ୍ କି ଅର’ ମହିଳାମାନଙ୍କ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ନେଇ ‘ସାରିକା – ତୋଣ୍ଡୋ କି ନେୟ କିରଣ’ ଭଳି ଟପିକାଲ୍ ଚଳଚ୍ଚିତ୍ରର ସ୍କ୍ରିନିଂ ସହିତ ଏଂଟରଟେନମେଟ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଏହା ସହିତ, ବିଶେଷଜ୍ଞମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ କଥାବାର୍ତା ଋତୁସ୍ରାବ ଏବଂ ମାନସିକ ସୁସ୍ଥତା, ସୃଜନଶୀଳ କାର୍ଯ୍ୟକଳାପ ଦ୍ବାରା ସଂପନ୍ନ ହୋଇଥିଲା ।

ଓଡିଶାର କାଲାହାଣ୍ଡି ଜିଲ୍ଲା ଲାଞ୍ଜିଗତରେ ଥିବା ବେଦାନ୍ତ ଆଲୁମିନିୟମ୍ ର ବିଶ୍ବ ସ୍ତରୀୟ ଆଲୁମିନା ରିଫାଇନାରୀ କିଶୋର ବାଳିକାମାନଙ୍କ ପାଇଁ ଋତୁସ୍ରାବ ସ୍ଵାସ୍ଥ୍ୟ ଶିକ୍ଷା ଉପରେ ଧାନ ଦେଇ ‘ପେହଲି ଉତାନ୍’ ନାମକ ଏକ ଋତୁସ୍ରାବ ସଚ୍ଚତା ଉପରେ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ‘ପ୍ୟାଡ୍ ୱେମେନ୍ ଅଫ୍ ଓଡିଶା’ ଭାବରେ ଜଣାଶୁଣା ଶ୍ରୀମତୀ ପାୟଲ ପଟେଲ କରିଥିଲା । ଉଲ୍ଲେଖଯୋଗ୍ୟ, ସେ ମହିଳା ସ୍ଵଚ୍ଛତା ଉପରେ ସଚେତନତା ସୃଷ୍ଟି କରିବା, ବାୟୋତିଗ୍ରେତେବଲ୍ ଉତ୍ପାଦ ବ୍ୟବହାର କରି ସାନିଟାରୀ ପ୍ୟାତ୍ ଉତ୍ପାଦନ ୟୁନିଟ୍ ସ୍ଥାପନ ଏବଂ ଗ୍ରାମାଂଚଳର ମହିଳାମାନଙ୍କ ପାଇଁ ପୁନଃ ବ୍ୟବହାର ଯୋଗ୍ୟ ନାପକିନ୍ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି । ଏହି ପଦକ୍ଷେପ ସମ୍ପ୍ରଦାୟର ମହିଳା ଋତୁସ୍ରାବ ସାସ୍ଥ୍ୟକୁ ସମ୍ବେଦନଶୀଳ କରିବା ସହିତ ସେମାନଙ୍କୁ ସୁଲଭ ଦ୍ରବ୍ୟର ସୁବିଧା ଯୋଗାଇବ, ସଚ୍ଚତା ଋତୁସ୍ରାବ ଅଭ୍ୟାସ ନିଶ୍ଚିତ କରିବ । ଏହି କାର୍ଯ୍ୟକ୍ରମ ପୁନଃ ବ୍ୟବହାର ଯୋଗ୍ୟ ସାନିଟାରୀ ନାପକିନ୍ ତିଆରି ଉପରେ ତାଲିମ ଅଧିବେଶନ ପ୍ରଦାନ କରିବ, ସେଲୁ ହେଲ୍ସ ଗ୍ରୁପ୍‌ (ଏସଏଚଜି) ମାଧ୍ୟମରେ ସ୍ଥାନୀୟ ମହିଳାଙ୍କୁ ଅଭିବୃଦ୍ଧି ଏବଂ ସୁଯୋଗ ପ୍ରଦାନ କରିବ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ତାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.