ଲାଞ୍ଜିଗଡ଼ ରୋଡ଼ ରେଳ ଜଙ୍କସନରେ ପୁଣି ରହଣି କରିବ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଏକ୍ସପ୍ରେସ୍ 

ଜାରି ହେଲା ନିର୍ଦ୍ଦେଶନାମା, ଅଞ୍ଚଳରେ ଖୁସିର ଲହରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ରୋଡ଼ ରେଳ ଜଙ୍କସନରେ ପୁଣି ରହଣି କରିବ ଜୁନାଗଡ଼ ରୋଡ଼-ଭୁବନେଶ୍ବର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସ ଟ୍ରେନ । ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ରେଳ ଜଙ୍କସନ ହେଉଛି ଲାଞ୍ଜିଗଡ଼ ରୋଡ଼ । ଜୁନାଗଡ଼ ରୋଡ଼-ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସ ଟ୍ରେନ ଆରମ୍ଭରୁ ଏଠାରେ ରହଣି କରି ଆସୁଥିଲା । ତେବେ କରୋନା ସମୟରୁ ଲାଞ୍ଜିଗଡ଼ ରୋଡ଼ ରେଳ ଜଙ୍କସନ ସମେତ ଅନେକ ଷ୍ଟେସନରେ ଏହି ଟ୍ରେନର ରହଣି ବନ୍ଦ କରି ଦେଇଥିଲା ରେଳ ବିଭାଗ । ଜୁନାଗଡ଼ରୁ ଲାଞ୍ଜିଗଡ଼ ରୋଡ଼ ମଧ୍ୟରେ କେବଳ ଜୁନାଗଡ଼ ରୋଡ଼ ଓ ଭବାନୀପାଟଣା ରେଳ ଷ୍ଟେସନକୁ ବାଦ ଦେଲେ କୁଟ୍ରୁଖମାର, ଦେପୁର, ରାମଚନ୍ଦ୍ରପୁର ପାସେଞ୍ଜର ହଲ୍ଟ ସମେତ ଲାଞ୍ଜିଗଡ଼ ରୋଡ଼ ରେଳ ଜଙ୍କସନରେ ମଧ୍ୟ ରହଣୀ ବନ୍ଦ ହୋଇଥିଲା । ଏସବୁ ଷ୍ଟେସନରେ ଟ୍ରେନ ଅଟକୁନଥିବାରୁ ରେଳଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଏସବୁ ଷ୍ଟେସନରେ ପୁନଃ ଟ୍ରେନ ରହଣି ପାଇଁ ଅଞ୍ଚଳର ଅନେକ ସଚେତନ ନାଗରିକ, ନିର୍ବାଚିତ ଜନପ୍ରତିନିଧି ଓ ସମାଜସେବୀମାନେ ଦାବି କରି ଆସୁଥିଲେ । ସାମ୍ବାଦିକ ତଥା ସମାଜସେବୀ ସୁଶିଲ କୁମାର ବାଗ ମଧ୍ୟ ଏନେଇ ବାରମ୍ବାର ଦାବି ଉଠାଇଥିଲେ । ଶେଷରେ ଲାଞ୍ଜିଗଡ଼ ରୋଡ଼ ରେଳ ଜଙ୍କସନରେ ପୁଣିଥରେ ଭୁବନେଶ୍ବର-ଜୁନାଗଡ଼ ଓ ଜୁନାଗଡ଼ରୋଡ଼- ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ୍ ରହଣି କରିବ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି । ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଜୁନ୍ ୩ ତାରିଖରୁ ଭୁବନେଶ୍ବର-ଜୁନାଗଡ଼ରୋଡ଼ ଓ ତା’ର ଦିନକ ପରେ ଅର୍ଥାତ୍ ଜୁନ୍ ୪ ତାରିଖରୁ ଜୁନାଗଡ଼ରୋଡ-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କସନରେ ରହଣୀ କରିବ । ଏହି ନିର୍ଦ୍ଦେଶନାମା ଜାରି ହେବା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ରେଳ ମନ୍ତ୍ରଣାଳୟ ସମେତ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ପ୍ରମୁଖଙ୍କୁ ଶ୍ରୀ ବାଗ ଧନ୍ୟବାଦ ଜଣାଇବା ସହିତ ଏହାର ସମସ୍ତ ଶ୍ରେୟ ଲାଞ୍ଜିଗଡ଼ ରୋଡ଼ ଅଞ୍ଚଳବାସୀଙ୍କର ବୋଲି କହିଛନ୍ତି । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.