ଆମ୍ବେଦକର ଭବନ ଉଚ୍ଛେଦ ନୋଟିସ ପ୍ରତ୍ୟାହାର ଦାବିରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଆନ୍ଦୋଳନ; ଅଲ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନର ଯୋଗଦାନ

ଓଡ଼ିଆ ବାର୍ତ୍ତା/ ଅନୁଗୁଳ: ଦୀର୍ଘ ୪୦ ବର୍ଷ ପୂର୍ବେ ଆମ୍ବେଦକର ଫାଉଣ୍ଡେସନ ଅନୁଗୁଳ ସଂଗଠନର ନିଜସ୍ଵ ଉଦ୍ୟମରେ ଏକ ଆମ୍ବେଦକର ଭବନ, ଆମ୍ବେଦକର ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଅନେକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବାସହ ସଂଗଠନ ତରଫରୁ ଅନେକ ଜନମଙ୍ଗଳ କାମ କରାଯାଇଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ଜିଲ୍ଲାପାଳ ଉକ୍ତ ଭବନକୁ ଉଚ୍ଛେଦ କରିବା ପାଇଁ ନୋଟିସ ଦେଇଛନ୍ତି। ଏହି ନୋଟିସ ପ୍ରତ୍ୟାହାର ଓ ଜମି ପଟ୍ଟା ପ୍ରଦାନ ଦାବିରେ ଆମ୍ବେଦକର ଫାଉଣ୍ଡେସନ ଅନୁଗୁଳ ତରଫରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିରାଟ ଗଣ ଆନ୍ଦୋଳନର ଡାକରା ଦିଆଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ରାଜ୍ୟର ଅନେକ ଜିଲ୍ଲାରୁ ୩୨ଟି ସଂଗଠନର ହଜାର ହଜାର ଲୋକ ଯୋଗଦେଇଥିଲେ। ଉକ୍ତ ଆନ୍ଦୋଳନରେ ଓଡି଼ଶାର ଅଗ୍ରଣୀ ସାମାଜିକ ଓ ବିଚାରକ ସଂଗଠନ ‘ଅଲ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ’ ଯୋଗ ଦେଇଥିଲା। ସଂଗଠନର ସଭାପତି ଧନଞ୍ଜୟ ଦୀପ, ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ଯୁବ ମୁଖ୍ୟ ତେଜରାଜ ବେହେରା, ସମ୍ପାଦକ ଜୟପ୍ରକାଶ ଜାଲ, ବିଷ୍ନୁ ମଙ୍ଗରାଜ, ସୁନୀଲ ବିଶି, ଟିକେମନ ଦୀପ, ରଘୁନାଥ ଦୀପ, ଡେଭିଡ କୁମାର ଦୀପ, ଅଭିଜିତ କରଙ୍କ ସମେତ ସଂଗଠନର ୫୦ରୁ ଉର୍ଦ୍ଧ ସଦସ୍ୟ ସାମିଲ ଥିଲେ।

Udyog Nursery
Udyogi Nursery

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆନ୍ଦୋଳନର ଆଭିମୁଖ୍ୟ ଉପରେ ଅଲ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କର୍ମକର୍ତ୍ତା ଆଲୋଚନା କରିବା ସହ ଦାବି ଉପସ୍ଥାପନ କରିଥିଲେ। ଉଚ୍ଛେଦ ନୋଟିସ ପ୍ରତ୍ୟାହାର ନ କଲେ ଆଗକୁ ରାଜ୍ୟର ସମସ୍ତ ସଦର ମହକୁମାରେ ବିରାଟ ଗଣ ଆନ୍ଦୋଳନ କରାଯିବ ପାଇଁ ସମସ୍ତ ସଂଗଠନ ତରଫରୁ ନିଷ୍ପତ୍ତି ନିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.