ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ କର୍ଲାମୁଣ୍ଡା ୫ଟି ଯୋଜନାରେ ସାମିଲ ହୋଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ଏନେଇ ଆୟୋଜିତ ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ତହସିଲଦାର ମିଳନ କୁମାର ଝାଙ୍କର, ବିଡ଼ିଓ ସୂଚ ରିତା ମୁଗ୍ରୀ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଭୂମିଦାତା ଗୋବର୍ଦ୍ଧନ ଭୋଇ ଓ ଜଳନ୍ଧର ଭୋଇ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଭୂମିପୂଜନ ଉତ୍ସବକୁ ସହକାରୀ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ରାଉତ, ପରିଚାଳନା କମିଟିର ସଦସ୍ୟ ରଶ୍ମିରଞ୍ଜନ ସାହୁ, ଦିନ ବନ୍ଧୁ ସାହୁ, ମିତ୍ର ଭାନୁ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶଥାଉକି ଏହି ବ୍ଲକରେ ତେରଟି ହାଇସ୍କୁଲ ଥିବାବେଳେ ବିଭିନ୍ନ ପର୍ଯ୍ୟାୟରେ ଦଶଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ସରିସାରିଲାଣି, ତେବେ କେତେକ କାରଣ ବଶତଃ ବ୍ଲକ ସଦର ଠାରେ ଥିବା ଏହି ହାଇସ୍କୁଲ ସାମିଲ ହୋଇପାରିନଥିଲା । ବର୍ତ୍ତମାନ ଏହି ହାଇସ୍କୁଲ ସହ ରିଷିଡା ସରକାରୀ ବାଳିକା ବିଦ୍ୟାଳୟ ମଧ୍ୟ ୫-ଟି ରେ ସାମିଲ ହୋଇଛି ।