ଲୋକ ପ୍ରତିନିଧିଙ୍କୁ ନେଇ ନର୍ଲା ବ୍ଲକରେ “ମୋ ଘର” ଯୋଜନା ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାରଙ୍କ “ମୋ ଘର” ଯୋଜନା ରେ ଅଧିକ ରୁ ଅଧିକ ଲୋକଙ୍କୁ ସାମିଲ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସମ୍ମେଳନ କକ୍ଷରେ ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତ ର ନିର୍ବାଚିତ ଲୋକ ପ୍ରତିନିଧି ସରପଞ୍ଚ, ସମିତି ସଦସ୍ୟ/ସଦସ୍ୟା, ୱାର୍ଡ ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ମାନଙ୍କୁ ନେଇ ନର୍ଲା ବିଡ଼ିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇଥିଲା । ବିଡିଓ ଶ୍ରୀମତୀ ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବାଲେଶ୍ୱର ର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ର ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ନୀର ପ୍ରାର୍ଥନା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବିଧାୟକଙ୍କ ପ୍ରତିନିଧି ପରେଶ ପଧାନ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଦସ୍ୟା ନମ୍ରତା ସାହୁ, ଲିଲି ଦୀପ, ସରପଞ୍ଚ ସଂଘ ସଭାପତି ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ସମିତି ସଦସ୍ୟ ସଂଘ ସଭାପତି ଜୟ ମେହେର, ନର୍ଲା ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ ପ୍ରମୁଖ ମଞ୍ଚସୀନ ରହି ମାର୍ଗଦର୍ଶନ ଦେଇଥିଲେ । ପ୍ରଥମେ ବିଡ଼ିଓ ଶ୍ରୀମତୀ ସେଠୀ ସ୍ୱଗାତ ଭାଷଣ ପ୍ରଦାନ କରିବା ସହ ବୈଠକ ର ଉଦ୍ଦେଶ୍ୟ ଓ “ମୋ ଘର” ଯୋଜନାରେ ଉପଭୋକ୍ତାଙ୍କ ପାଇଁ ରହିଥିବା ନିୟମ ଗୁଡିକ ଉପରେ ଆଲୋକପାତ କରିଥିଲେ । ନର୍ଲା ବିଡିଓ ଶ୍ରୀମତୀ ସେଠୀ ରାଜ୍ୟ ସରକାରଙ୍କର “ମୋ ଘର” ଯୋଜନା କିଭଳି ଅଧିକରୁ ଅଧିକ ଉପଭୋକ୍ତାଙ୍କ ନିକଟକୁ ପହଞ୍ଚି ପାରିବ ସେଥିପାଇଁ ସମସ୍ତଙ୍କ ପ୍ରୟାସ ରହିବା ଏକାନ୍ତ ଆବଶ୍ୟକ ବୋଲି କହିବା ସହିତ ଏହି ଯୋଜନାରେ କେଉଁ ମାନେ ଘର ପାଇ ପାରିବେ । କେଉଁ ମାନଙ୍କ ପାଇଁ କେତେ ସବସିଡିର ବ୍ୟବସ୍ଥା ରହିଛି ସେ ବିଷୟରେ ବିସ୍ତୃତ ଭାବରେ ବୁଝାଇବା ସହିତ ଗାଁ ଗାଁ ଓ ଘରେ ଘରେ ଏହି ଯୋଜନା ସମ୍ପର୍କିତ ଲିଫଲେଟ ସବୁ କିଭଳି ପହଞ୍ଚି ପାରିବ । ଏହାର କେମିତି ବହୁଳ ପ୍ରଚାର ପ୍ରସାର ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାପାଇଁ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ସରପଞ୍ଚ ଓ ସମିତି ସଦସ୍ୟ, ସଦସ୍ୟା ମାନଙ୍କୁ ଅନୁରୋଧ କରିଥିଲେ । ମିଟିଂ ସ୍ଥଳରେ ଏହି ଯୋଜନା ସମ୍ପର୍କିତ ବୋର୍ଡ ଲଗାଯିବା ସହ ପ୍ରୋଜେକ୍ଟର ମାଧ୍ୟମରେ ଏହି ଯୋଜନା ବିଷୟରେ କଥାଚିତ୍ର ସିପି ଶ୍ରୀ ପାଣିଗ୍ରାହୀ ପ୍ରଦର୍ଶିତ କରିଥିଲେ । ଭୋଳନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ କେନ୍ଦ୍ର ସରକାର “ପ୍ରଧାନ ମନ୍ତ୍ରୀ ଆବାସ” ଯୋଜନାରେ ଗରୀବ ମାନଙ୍କୁ ଗୃହ ପ୍ରଦାନ କରୁଥିବା ବେଳେ ରାଜ୍ୟ ନବୀନ ସରକାର ମଧ୍ୟ ଗରୀବ ହିତାଧିକାରୀ ମାନଙ୍କୁ “ବିଜୁ ପକ୍କାଘର” ନିର୍ମାଣ ପାଇଁ ୪ ଗୋଟି କିସ୍ତିରେ ୧,୩୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି ଯାହା କି ସମ୍ପୂର୍ଣ୍ଣ ମାଗଣା । କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର ଏ ଟଙ୍କା ହିତାଧିକାରୀଙ୍କୁ ଆଉ ଫେରସ୍ତ ଦେବାକୁ ପଡୁନି । ଏହି ଯୋଜନାରେ ଦରିଦ୍ର ସୀମାରେଖା ତଳେ ବସବାସ କରୁଥିବା ଲୋକେ ଲାଭ ପାଉଥିବା ବେଳେ ରାଜ୍ୟ ସରକାର ଏବେ ଗୃହ ନିର୍ମାଣ ପାଇଁ “ମୋ ଘର” ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ସମସ୍ତ ବର୍ଗର ଲୋକେ ଯେଉଁ ମାନେ ଘରଖଣ୍ଡେ ନିର୍ମାଣ କରିବା ପାଇଁ ଅକ୍ଷମ ସେମାନଙ୍କୁ ୧ ଲକ୍ଷ ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତିରେ ଋଣ ପ୍ରଦାନ କରାଯାଉଛି । ଏହି ଯୋଜନା ଏବେ ନୂଆ ଭାବରେ ଲାଗୁ ହୋଇଥିବା ବେଳେ ଏହାକୁ ନେଇ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଜନ ସଚେତନତା ସୃଷ୍ଟି କରାଯାଉଛି । ରାଜ୍ୟ ସରକାରଙ୍କର ଏହି “ମୋ ଘର” ଯୋଜନାରେ ବିଭିନ୍ନ ବର୍ଗର ଲୋକ, ଅନୁସୁଚିତ ଜାତି, ଜନ ଜାତି, ମହିଳା, ଭିନ୍ନକ୍ଷମ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଭାବରେ ରିହାତି ମଧ୍ୟ ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ସରିଆଁ ସରପଞ୍ଚ ଓମ ପ୍ରକାଶ ଛତ୍ରୀଆ,ରାକସୀ ସରପଞ୍ଚ ଯେମନ୍ତ ପୋଢ଼, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସର୍ଗିଗୁଡା ସରପଞ୍ଚ ଦୀପଞ୍ଜଳୀ ବୁଦ୍ଧିଆ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, ଘଣ୍ଟମାଲ ସମିତି ସଦସ୍ୟା ଅବନ୍ତିକା ଦଳେଇ, ଗାଦେବନ୍ଧ ସମିତି ସଦସ୍ୟା ସୁଜାତା ସାହୁ, ବାଗପୁର ସମିତି ସଦସ୍ୟା କୁନି ମହାନନ୍ଦ, ରୁପ୍ରା ସମିତି ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏବିଡିଓ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.