ଦୁର୍ଗମ ଭୁର୍ଟିଗଡ଼ ପଞ୍ଚାୟତ ଗସ୍ତରେ ଲାଞ୍ଜିଗଡ଼ ବିଧାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଧାୟକ ପ୍ରଦୀପ କୁମାର ଦିଶାରୀ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ତଥା ମାଓପ୍ରବଣ ଭୁର୍ଟିଗଡ଼ ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡ଼ିକ ସଂପର୍କରେ ଆଲୋଚନା କରିଛନ୍ତି । ବିଧାୟକ ଶ୍ରୀ ଦିଶାରୀ ଭୁର୍ଟିଗଡ଼ ପଞ୍ଚାୟତର ପୁଜୁଗୁଡ଼ା, ଭୁର୍ଟିଗଡ଼, ଶିରିଗାଁ, କଟୋଡ଼ି, ପାଲକୀ, ମହିନାଲ୍, କାଦୋମସ୍କା ଓ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ମେର୍ଡିକୁପା ଆଦି ବିଭିନ୍ନ ଗାଁ ଗସ୍ତ କରିବା ସହିତ ସ୍ଥାନୀୟ ସମସ୍ୟାଗୁଡ଼ିକ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ବିଧାୟକଙ୍କୁ ପାଖରେ ପାଇ ଲୋକେ ନିଜ ଅଞ୍ଚଳର ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ୍ ସେବା, ମୋବାଇଲ୍ ଟାୱାର ସଂପର୍କରେ ଅଭିଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବିଜେଡି ୧ ନମ୍ବର ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ନେତା ଜଗଦୀଶ ବେନିଆଁ, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ଯୁବନେତା ହିମାଦ୍ରୀ ପେସନିଆ, ମିଡିଆ ସେଲ୍ ସନ୍ତୋଷ କୁମାର ତୁଳ, ବରିଷ୍ଠ ବିଜେଡ଼ି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ପ୍ରସନ୍ନ ପରିଡ଼ା, ଟଙ୍କଧର ମାଝୀ, ସରୋଜ ପ୍ରଧାନ, ଅଜିତ ପ୍ରଧାନ, ସରୋଜ ପ୍ରଧାନ, ସୁବାଷ ଅଗ୍ରୱାଲ, ମୁକେଶ ବେହେରା, ଶ୍ରୀନିବାସ ଚଣ୍ଡୀ, ମନୋହର ହରପାଳ,ବନ ଦଲେଇଙ୍କ ସମେତ ବହୁ ସଂଖ୍ୟକ ବିଜେଡି ନେତା ଓ କର୍ମୀ ଏଇ ଗସ୍ତରେ ସାମିଲ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.